୧୩୬ ବାଟାଲିୟନ ବିଏସଏଫ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0 147

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏବଂ ବାରଖମା ଠାରେ ଅବସ୍ଥାପିତ ୧୩୬ ବାଟାଲିୟନ ବିଏସଏଫ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ବିଏସଏଫର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅଞ୍ଚଳର ଯୁବକ ଯୁବତୀମାନଙ୍କ ସମେତ ବହୁତ ସଙ୍ଖ୍ୟାରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ ।

hiring

ଦୈନନ୍ଦିନ ଯୋଗ କରିବା ଦ୍ବାରା ଶରୀର ସୁସ୍ଥ ରହିବା ସହ ଶରୀରରୁ ଅନେକ ରୋଗ ମଧ୍ୟ ଦୁର ହୋଇଥାଏ । ବିଏସଏଫ୍ ପକ୍ଷରୁ ଏଭଳି ଅନେକ ଜନମଙ୍ଗଳ କାର୍ଯ୍ୟ ହାତକୁ ନିଆଯାଇଛି । ଅଞ୍ଚଳବାସୀଙ୍କ ସେବାରେ ସବୁବେଳେ ବିଏସଏଫ୍ ଅଛି । ଏଣୁ ଭୟ ନକରି ଜନସାଧାରଣ ସୁରକ୍ଷାକର୍ମୀଙ୍କୁ ଅଞ୍ଚଳର ସୁରକ୍ଷା ପାଇଁ ସହଯୋଗ କରନ୍ତୁ ବୋଲି କହିଛନ୍ତି ବିଏସଏଫ୍ ଅଧିକାରୀ ।

hiranchal ad1
Leave A Reply

Your email address will not be published.

two × 2 =