ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

0 80

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଥର ଗ୍ରାମର ବାସିନ୍ଦା ଚମ୍ପେଶ୍ଵର ବେହେରାଙ୍କର ବୟସ ୪୭ ବର୍ଷ I ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିବାର ସୂଚନା ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଟେ ଥିବା ଶୌଚାଳୟକୁ ଶୌଚ ହେବା ପାଇଁ ଯାଇଥିଲେ l ସେଠାରେ ଏକ ବିଷଧର ସାପ କାମୁଡି ଦେଇଥିବା ଚମ୍ପେଶ୍ଵର ଘରକୁ ଆସି କହିଥିଲେ l ଘର ଲୋକ ସାପକୁ ଖୋଜିବାକୁ ବାରିପଟେ ଯାଇଥିଲେ l କିନ୍ତୁ ସାପକୁ ପାଇ ନଥିଲେ l ଦେହ ଗୋଡ ହାତ ଜ୍ୱାଳା ପୋଡ଼ା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ନଜଗି ଏକ ଅଟୋରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଆଣି ଚିକିତ୍ସା ପାଇଁ ଚମ୍ପେଶ୍ଵରଙ୍କୁ ଭର୍ତ୍ତି କରାଇଥିଲେ l ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା l ତାଙ୍କର ଏକ ମାତ୍ର ଝିଅ ସେ ମହାବିଦ୍ୟାଳୟ ଛାତ୍ରୀ ଅଟନ୍ତି l ଚମ୍ପେଶ୍ଵର ଗରିବ ହେଲେ ମଧ୍ୟ ଜଣେ ପରୋପକାରୀ, ମିଷ୍ଟଭାସି ,ଶାନ୍ତ ଶିଷ୍ଟ ଓ ସରଳ ବ୍ଯକ୍ତି ଥିଲେ l ତାଙ୍କ ବିୟୋଗରେ ରାଣୀ ପଥର୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଏ ନେଇ ଏକ ସଦର ଥାନା ପୁଲିସ ଏକ ସାପ କାମୁଡା ମାମଲା ରୁଜୁ କରିଛି l

hiranchal ad1
Leave A Reply

Your email address will not be published.

twenty − 2 =