ଦାରିଙ୍ଗବାଡ଼ିରେ ଅନଲାଇନ କ୍ଲାସର ବିକଳ ଚିତ୍ର : ଘଞ୍ଚ ଜଙ୍ଗଲ ପାହାଡ଼ରେ ଚାଲିଛି ପାଠ ପଢ଼ା

0 62

ଦାରିଙ୍ଗବାଡ଼ି :କରୋନା ସାଧାରଣ ଲୋକଙ୍କ ଜୀବନ ଜୀବିକା ବୁଡ଼ାଇ ଦେଇଛି । ଏଥିପାଇଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବର୍ତ୍ତମାନ ଡିଜିଟାଲ ସେବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଗତ ମାର୍ଚ୍ଚ ମାସରୁ ପାଠପଢ଼ା ଠପ୍‌ ହୋଇଯିବା ପରେ ମେ ମାସରୁ ଅନଲାଇନ୍‌ରେ ପାଠ ପଢ଼ା ଆରମ୍ଭ ହୋଇଛି । ତେବେ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦାରିଙ୍ଗବାଡ଼ି ଅଞ୍ଚଳରେ ଏଥିପାଇଁ ଘୋର ଭିତ୍ତିଭୂମିର ଅଭାବ ରହିଛି । ବ୍ଲକରେ ୨୫ ଟି ପଂଚାୟତ ରହିଥିବା ବେଳେ ଦୁର୍ଗମ ଗୁମିକିଆ ସମେତ ସିଆଙ୍ଗବାଲି, ସିର୍କାବର୍ଗ, ହାତୀମୁଣ୍ଡା, ଭ୍ରମରବାଡ଼ି, ଦନେକବାଡ଼ୀ, କୁମ୍ଭାରୀଗାଁ , ଝିଂଜିରିଗୁଡ଼ା ପଂଚାୟତରେ ମୋବାଇଲ୍‌ ନେଟୱାର୍କ ନାହିଁ । ଯାହାଫଳରେ ମୋବାଇଲ ସେବାରୁ ଏହି ପଂଚାୟତବାସୀ ସମ୍ପୂର୍ଣ୍ଣର୍ ବଂଚିତ ହୋଇଥିବା ବେଳେ ଓ କାଟିଙ୍ଗିଆ, ତିଲୋରୀ ଆଦି ପଂଚାୟତରେ ମୋବାଇଲ ସେବା ଥିଲେ ସୁଦ୍ଧା ନଥିବା ସଦୃଶ । ଯାହାଫଳରେ ଏହି ପଂଚାୟତ ଗୁଡ଼ିକରେ ଅନ୍‌ ଲାଇନ ପାଠପଢ଼ାରେ ଘୋର ଅସୁବିଧା ଦେଖାଦେଉଛି । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକରେ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା କିଭଳି ଚାଲିଛି ତାହା ସହଜେ ଅନୁମେୟ । ଦାରିଙ୍ଗବାଡ଼ି ଏମିତି ଏକ ବ୍ଲକ ଯେଉଁଠି ବ୍ଲକ ଯେଉଁଠି ପତ୍ର ହଲିବା ଆରମ୍ଭ ହେବା ମାତ୍ରେ ବିଜୁଳି ଗାଏବ ହେଇଯାଉଛି । ସତେ ଯେମିତି ବିଦ୍ୟୁତ ବିଭାଗ କର୍ମବାରୀ ମାନେ ପବନକୁ ଜଗିବସିଛନ୍ତି । ବ୍ଲକ ମହୁକୁମାରେ ବିଜୁଳି ରହିଥିବା ବେଳେ ପବନ ହେବାମାତ୍ରେ ବ୍ଲକର ପାଖାପାଖି ୧୦ ପଂଚାୟତ ଅନ୍ଧାର ହୋଇଯାଇଥାଏ । ବିଜୁଳି ଚାଲିଗଲାମାତ୍ରେ କେତେବେଳେ ବିଜୁଳି ଆସିବ ତାହା କେହି କହୁନଥିବା ବେଳେଦିନରାତି ଏହି ଭଳି ବିଦ୍ୟୁତ ସମସ୍ୟା ଦେଖାଦେଉଥିବା ବେଳେ ଅନେକ ପଂଚାୟତରେ ବିଦ୍ୟୁତ ଚାଲିଗଲେ ନେଟଉର୍କ ମଧ୍ୟ ଚାଲିଯାଉଛି । ବର୍ତମାନ ଅନଲାଇନ ପାଠପଢ଼ା ଚାଲିଥିବାରୁ ଅଂଚଳର ଛାତ୍‌ôଚାତ୍ରିଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି । ଦାରିଙ୍ଗବାଡ଼ି ଅଂଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଦ୍ୟୁତ ଓ ମୋବାଇଲ ସେବାପ୍ରଦାନକାରୀ କମ୍ପାନୀ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ । ବ୍ଲକର ୨୫ ପଂଚାୟତରୁ ପାଖାପାଖି ୧୦ ପଂଚାୟତରେ ମୋବାଇଲ ସେବାନଥିବା ବେଳେ ଆମେ ଏମିତିଏକ ଗ୍ରାମରେ ପହଞ୍ଚିିଥିଲୁ ଯେଉଁଠି ନା ଅଛି ବିଜୁଳି ନା ଅଛି ମୋବାଇଲ ସେବା । ଘଞ୍ଚ ଜଙ୍ଗଲଘେରା ପାହାଡ଼ ଉପରେ ଚାଲିଛି ପାଠପଢ଼ା ।ଏହିଭଳି ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ବ୍ଲକର ସରାମୂଳୀ ପଂଚାୟତ ସିଂଜାକୁଟୀ ଗ୍ରାମରେ ବିଦ୍ୟୁତ କିମ୍ବା କୌଣସି ମୋବଇଲ ଟାୱାର ନାହିଁ । ଏହି ଅଂଚଳର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷିତ ହେବାପାଇଁ କଠିନ ପରିଶ୍ରମ କରୁଛନ୍ତି । ତେବେ ବର୍ତମାନ ଅନଲାଇନ କ୍ଲାସ ଚାଲିଥିବାରୁ ଗ୍ରାମର ଛାତ୍ରଛାତ୍ରୀ ମାନେ ଗ୍ରାମରେ କୌଣସି ସୁବିଧା ନଥିବାରୁ ପାଠ ପଢ଼ିବା ପାଇଁ ଗ୍ରାମ ନିକଟ ପାହାଡ଼ ଉପରକୁ ଯାଇ ପାହାଡ଼ ଉପରେ ଆସୁଥିବା ମୋବାଇଲ ନେଟୱାର୍କର ସାହାରା ନେଉଛନ୍ତି । କରୋନା ପାଇଁ ସମସ୍ତ ସ୍କୁଲରେ ତାଲା ଝୁଲୁଛି । ଏହି ଅଂଚଳର ମୋବାଇଲ ସେବା ଅତି ଜରୁରୀ ହେଉଥିବା ବେଳେ ନେଟଓାର୍କ ନଥିବାରୁ ଯଦି କାହାର କେବେ ଫୋନ କରିବାକୁ ପ ଡେ଼ ତେବେ ପାହାଡ଼ ଉପରକୁ ଯିବାକୁ ପଡେ଼ । କେବଳ ସେତିକି ନୁହଁ ପାହାଡ଼ର କିଛି ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ଯେଉଁଠିକୁ ଗଲେ ହିଁ ମୋବାଇଲ ନେଟୱାର୍କ ଆସିଥାଏ । ସେହିଭଳି ବ୍ଲକର ବୁଡାଗୁଡ଼ା, ତିଲୋରୀ, କିରିକଟୀ, ସିମନବାଡ଼ି ଶ୍ରାନିକେତା ପର୍ତମାହା ଭଳି ପଂଚାୟତରେ ବିଦ୍ୟୁତ ଯିବା ମାତ୍ରେ ମୋବାଇଲ ସେବା ଠପ୍‌ ହୋଇଯାଇଥାଏ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତିଲୋରୀ ଓ ବୁଡାଗୁଡ଼ା ପଞ୍ଚାୟତରେ ।

hiranchal ad1
Leave A Reply

Your email address will not be published.

six + 17 =