କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ଗସ୍ତକୁ ନେଇ ସାମ୍ୱାଦିକ ସମ୍ମିଳନୀ

0 104

ସୁବର୍ଣ୍ଣପୁର,୨୩/୪ – ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଚାଲିଛି, ଧୋକା ଦେଇଛି, ଠକି ଚାଲିଛି ନବୀନ ସରକାର । ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି । ନବୀନ ସରକାର ଏକ ଠକ ସରକାର, କଣ୍ଢେଇ ସରକାର । ଜଣେ ଅଣ ଓଡ଼ିଆ ନବୀନକୁ କଣ୍ଢେଇ ପରି ନଚାଉଛି, ନିଜ ବେପାରରେ ମାତିଛି, ଓଡ଼ିଶାର ଖଣିଖାଦାନକୁ ଲୁଟୁଛି । ବିଜେଡିକୁ ଭଡ଼ାଟିଆ ଜନତା ଦଳ ବୋଲି ଆଖ୍ୟା ଦେଇ ବାପା କ୍ରାଇମ୍‌ କଲେ ପୁଅର ଓ ସ୍ତ୍ରୀ ର ଦୋଷ ନୁହେଁ, ବିବାଦୀୟ ନେତା ମନ୍ତ୍ରୀଙ୍କ ଟିକଟ କାଟି ପୁଅକୁ ସ୍ତ୍ରୀକୁ ଟିକେଟ ଦେଇ ଏ କଥା ଆଜି ପ୍ରମାଣ କରିଛି ନବୀନ ସରକାର ବୋଲି କଡ଼ା ସମାଲୋଚନା କରିଛନ୍ତି । ବିଶେଷକରି ବିଜେପୁର ଠାରେ ଗତଥର ନିର୍ବାଚନ ଲଢ଼ିବା ଦିନ ଠାରୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ବାରମ୍ବାର ବୋକା ବନାଇ ଚାଲିଛି ଏ ସରକାର । ଜିଲ୍ଲା ଘୋଷଣାଠୁ ଆରମ୍ଭକରି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଯାଏ ସବୁଠି ସମ୍ପୂର୍ଣ୍ଣ ଫେଲ୍‌ ମାରି ପଶ୍ଚିମ ଓଡ଼ିଶାବାସୀଙ୍କୁ ଉପେକ୍ଷିତ କରୁଛି ଉପହାସ କରୁଛି । ଦିନ ଦ୍ୱିପହରରେ ଠକୁଛି । ଏଥର ପୁଣି ବଲାଙ୍ଗିର ସଂସଦୀୟ କ୍ଷେତ୍ର ଦାଦନ ଖଣିକୁ ଆସି ଦାଦନଙ୍କ ପେଟରେ ଲାତ ମାରିବାକୁ, ବୋକା ବନାଇବାକୁ ଓ ଠକିବା ଚାର୍ଟ ପ୍ରସ୍ତୁତି କରୁଛନ୍ତି ନବୀନ ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଳା କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପ୍ରସ୍ତୁତିକୁ ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ଗୋଲକ ବିହାରୀ ମହାପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅପାରଗତା ଉପରେ ବର୍ଷିଛନ୍ତି । ଓଡ଼ିଶାର ମା, ମାଟି, ମାତୃଭାଷା ଓ ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଓ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ଦେବା ପାଇଁ ଏ ବୀର ମାଟି ସୋନପୁରରୁ ପ୍ରଥମେ ପ୍ରଚାର ମଇଦାନକୁ ଓହ୍ଲାଇବେ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହ ବୋଲି ମତ ରଖି ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଥିଲେ ଶ୍ରୀ ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବି ଏମ୍‌ ପୁର ପ୍ରାର୍ଥୀ ରଘୁ ଜଗଦଲା, ବରିଷ୍ଠ ନେତା ଆନନ୍ଦ ବାରିକ , ନାରାୟଣ ବେଚ , ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ବିଶ୍ୱମ୍ବର ମିଶ୍ର ପ୍ରମୁଖ ସାମ୍ୱାଦିକ ସମ୍ମିଳନୀ ମଞ୍ଚରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − thirteen =