ମୁଣ୍ଡିପଦରରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

0 1,404

ବୌଦ୍ଧ : ଗତକାଲି ବିଳମ୍ବିତ ରାତ୍ରୀରେ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମରେ ବିଦ୍ୟାଧର ପ୍ରଧାନ ନାମକ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବୃଦ୍ଧଙ୍କ ମୁଣ୍ଡ, ମୁହଁ ଓ ଦେହର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ଗଭୀର ଆଘାତ ହୋଇଛି । ବିଦ୍ୟାଧରଙ୍କ କୌଣସି ସନ୍ତାନସନ୍ତତି ନଥିବାରୁ ସ୍ୱାମୀ ସ୍ତ୍ରୀ ଉଭୟେ ମୁଣ୍ଡିପଦର ନିଜଘରେ ରହୁଥିଲେ । ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ସକାଳୁ ସୂଚନା ପାଇ ବାଉଁଶୁଣୀ ପୁଲିସ ମୁଣ୍ଡିପଦର ଗ୍ରାମର ଶରତ ମେଣ୍ଡିଲି, ସୁଦାମ ପାଣ୍ଡେ ଓ ଅହିବନ ପାଣ୍ଡେଙ୍କୁ ନେଇ ଥାନାରେ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ଜମିବାଡି ବିବାଦ କାରଣରୁ ଏହି ଆକ୍ରାମଣ ହୋଇଥିବା ସନ୍ଦେହ କରାଯାଉଛି । ଏ ସଂପର୍କରେ ବାଉଁଶୁଣୀ ପୁଲିସକୁ ଅଧିକ ତଥ୍ୟ ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ୍ ଅପ୍ ଥିବାରୁ ପୁଲିସ ତଦନ୍ତ କେତେବାଟ ଯାଇଛି ଜାଣିବା ସମ୍ଭବ ହୋଇପାରିନାହିଁ ।

hiranchal ad1
Leave A Reply

Your email address will not be published.

three + three =