ଜାତୀୟ ରାଜପଥ ମରାମତିରେ ଖାମଖିଆଲି !

0 581

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ ପୂର୍ବ ଓ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗର ମାଧ୍ୟମ ସାଜିଥାଏ । ଏହି ରାସ୍ତାରେ ଦୈନିକ ହଜାରହଜାର ସଂଖ୍ୟାରେ ଅନେକ ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ କରୁଛି । ଜାତୀୟ ରାଜପଥ ବିଭାଗର ବେପରୁୱା ଓ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ ରାସ୍ତାରେ ଦୈନନ୍ଦିନ ଏକାଧିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳେ । ରାସ୍ତାରେ କିମ୍ବା ପୋଲମାନଙ୍କରେ କୌଣସି ଖାଲଖମା ହେଲେ ମାସମାସ ଧରି ବିଭାଗ ମରାମତି ମଧ୍ୟ କରୁନାହିଁ । ଯଦିବି ମରାମତି କରାଗଲା ତାହା ଖାମଖିଆଲି ଭାବରେ କରାଯାଉଥିବାରୁ ଯାତ୍ରୀମାନେ ହଇରାଣ ହିଁ ହେଉଛନ୍ତି ।
ରାସ୍ତାର ଗୁଦଗୁଦା ନିକଟରେ ରାସ୍ତାଉପରେ ଗୋଟିଏ ଖାଲ ବହୁଦିନଧରି ହୋଇଥିଲା । ସେ ଖାଲକୁ ଏବେ କଂକ୍ରିଟ ଦେଇ ମରାମତି କରାଯାଇଛି । ଆଶ୍ଚର୍ଯ୍ୟର କଥା.ହେଲା ଯେ ଖାଲରେ ଯେଉଁ କଂକ୍ରିଟ ଦିଆଯାଇଛି ତାହା ରାସ୍ତା ପତ୍ତନରେ କରାନଯାଇ ବହୁ ଉଚ୍ଚତାରେ ଢଳାଯାଇଛି । ରାସ୍ତା ଉପରେ କଂକ୍ରିଟ ଉଚ୍ଚାହୋଇ ରହିଥିବାରୁ ଦୁଇଚକିଆ କିମ୍ବା ଚାରିଚକିଆ ଯାନମାନେ ଗଲାବେଳେ ତା ଉପରେ ଚଢି କଚାଡି ହେଉଥିବା ଦେଖିବାକୁ ମିଳେ । ଏକ ଯାନ୍ତ୍ରିକ ବିଭାଗରେ ଏଭଳି ଅଣବୈଷୟିକ କାମକୁ ଜନସାଧାରଣରେ ନାପସନ୍ଦ କରାଯାଉଛି ।

hiranchal ad1
Leave A Reply

Your email address will not be published.

five × 4 =