Yearly Archives

2021

ଧାନରୁଆ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଲେଲ୍ୟାଣ୍ଡ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ ଓ ୪ ଗୁରୁତର

ବ୍ରହ୍ମପୁର,୨୧/୦୭ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ଗୋପିନାଥପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ଧାନ ରୂଆଳି ମହିଳା ଶ୍ରମିକଙ୍କୁ ନେଇ ନାରାୟଣପୁର ଠାରୁ ତୁମ୍ବା ଅଭିମୁଖେ ଯାଉଥିବା ଏକ ମାଲବାହୀ ଲେଲ୍ୟାଣ୍ଡ୍‌ ପିକ୍‌ଆପ ଗୋପିନାଥପୁର ବୁଲାଣୀରେ
Read More...

ପୂର୍ବରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଲେ

ସମ୍ବଲପୁର, ୨୧/୭-ଗଛ ଲଗାଇ ତାହା ସହିତ ଫଟୋ ଉଠାଇ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବା ବର୍ତ୍ତମାନ ଏପରି ଜୋର ଧରିଛି ଯେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀ ଯୁବକ ନୂଆଗଛ ଲଗାଇବା ବଦଳରେ ଆଗରୁ ଲଗାଯାଇଥିବା ଚାରାଗୁଡ଼ିକର
Read More...

ପ୍ରିଣ୍ଟ ବଜାର ଗୋଦାମ ଘରେ ଅଗ୍ନିକାଣ୍ଡ

ସମ୍ବଲପୁର, ୨୧/୭- ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ମାର୍ଗ ସ୍ଥିତ ପ୍ରିଣ୍ଟ ବଜାର ଗୋଦାମ ଘରେ ଆଜି ପୂର୍ବାହ୍ନ ୧୦ଟା ସମୟରେ ନିଆଁ ଲାଗିଯିବାରୁ ସେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ସେଠାରେ ସଂଲଗ୍ନ ରାସ୍ତାକଡରେ ଦୈନିକ ପନିପରିବା ବଜାର ବସିଥାଏ ଓ ଉକ୍ତ ଭବନର ଉପର ମହଲାରେ ଏକ ବ୍ୟସ୍ତ
Read More...

ଚାଷୀଙ୍କ ବକେୟା ଟଙ୍କା ଓ ଧାନ ଉଠାଣ ନୀତି ପ୍ରତିବାଦରେ ଗଣଧାରଣା

କଣ୍ଟାବାଞ୍ଜି,୨୧/୭- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଷୀଙ୍କ ବକେୟା ଟଙ୍କା ସହ ଏଫସିଆଇର ଧାନ ଉଠାଣରେ ଅନିମିୟତତା ବିରୁଦ୍ଧରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ମହମବତୀ ଶୋଭାଯାତ୍ରା କରି ବୌଦ୍ଧ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ,୨୧/୭- ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ବୌଦ୍ଧ ରାମଲୀଳା ପଡିଆଠାରୁ ଶତାଧିକ ଯୁବମୋର୍ଚ୍ଚାର କର୍ମୀମାନେ ହାତରେ ପ୍ଲାକାର୍ଡ ଓ ମହମବତୀ ଧରି ସହର ପରିକ୍ରମା କରି ଜିଲ୍ଲା ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଘେରାଉ କରି ପ୍ରତିବାଦ
Read More...

ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ଏସ୍ପି ଅଫିସ ଘେରଉ କଲେ ଗ୍ରାମବାସୀ

ବଲାଙ୍ଗୀର,୨୧/୭- ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଅଏଁଲାସାରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ ସହ ଏସ୍ ପି ଅଫିସ ଘେରାଉ କରିଛନ୍ତି।ଅଭିଯୋଗ ଅନୁସାରେ, ପୁଇଁତଲା ଥାନା ଅଏଁଲାସାରି ଗ୍ରାମର ଉକାଲୁ ସା ଗତକାଲି ବଲାଙ୍ଗୀରରୁ ଘରକୁ ଫେରିବା ବେଳେ ମାଧିଆପାଲି ରେଲପୋଲ ନିକଟରେ ଆକ୍ରମଣ
Read More...

ପ୍ରିୟଙ୍କା ହତ୍ୟା ଘଟଣା : ସିନ୍ଦୂର ଲଗାଇଲି ହତ୍ୟା କଲି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ଆଜି ତଦନ୍ତକାରି କମିଶନରେଟ ପୁଲିସକୁ ପୁଣି ତାଜା ତଥ୍ୟ ମିଳିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ପ୍ରିୟଙ୍କାଙ୍କ ପ୍ରେମିକ ଜଗନ୍ନାଥ ଆଜି କମିଶନରେଟ୍‌ ତଦନ୍ତକାରୀ ପୁଲିସ ଟିମ୍‌କୁ
Read More...

ଅଶ୍ଲୀଳ ସିନେମା : ଶିଳ୍ପା ସେଟ୍ଟୀଙ୍କୁ କ୍ଲିନଚିଟ ଦେଲା ମୁମ୍ବାଇ ପୁଲିସ

ମୁମ୍ବାଇ : ଅଶ୍ଳୀଳ ସିନେମା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିବାବେଳେ ତାଙ୍କ ପନôୀ ଶିଳ୍ପା ସେଟ୍ଟୀଙ୍କୁ ମୁମ୍ବାଇ ପୁଲିସ କ୍ଲିନ ଚିଟ ଦେଇଛି  । ଶିଳ୍ପାଙ୍କ ସଂପୃକ୍ତିର କୌଣସି ପ୍ରମାଣ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି  । ରାଜ କୁନ୍ଦ୍ରା ଅଶ୍ଳୀଳ ସିନେମା କରି ତାହାକୁ ବିକ୍ରି
Read More...