ପାଟଣାଗଡ: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁରା ଛକଠାରେ ହୋଇଥିବା ଲୁଟପାଟ ଘଟଣାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବେଲପଡା ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଣ୍ଟାବାଞ୍ଜି ଥାନା ହୀଆଲ ଗାଁର କ୍ଷୀରମନ ବାଗ(୨୦) ଏବଂ ଦିବାକର ସିପକା(୨୩) ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ୨୮ ତାରିଖରେ ବେଲପଡା ଅନ୍ତର୍ଗତ କାନୁଟ ଗାଁର ସୁମନ ମେହେର ପାଟଣାଗଡ ଯାଉଥିବାବେଳେ ବେଲପଡା ପାଟଣାଗଡ ଡୁଙ୍ଗୁରିଗୁଡା ଛକଠାରେ ତିନିଜଣ ଅଜଣା ଯୁବକ ମୁହରେ କପଡା ବାନ୍ଧି ଏକ ଲାଲ ରଙ୍ଗର ମୋଟର ସାଇକେଲରେ ଆସି ଅଟକାଇ ମାରଣାସ୍ତ୍ର ଦେଖାଇ ତାଙ୍କ ପାଖରୁ ୭୫୦୦ ଟଙ୍କା ସହ ୨ଟି ମୋବାଇଲ ଲୁଟି ନେଇଥିଲେ । ଏ ନେଇ ବେଲପଡା ଥାନାରେ ଗତ ୩୦ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖି ସିସିଟିଭି ଫୁଟେଜ୍ରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କୁ ଗିରଫ କରି ତାଙ୍କ ୨ଟି ମୋବାଇଲ, ଗୋଟିଏ ଲାଲ ରଙ୍ଗର ସିଜି ବାଇକ୍ ଜହତ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲା । ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାରୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ବେଲପଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।