ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କରାଯିବନି ବରଦାସ୍ତ : ମୁଖ୍ୟମନ୍ତ୍ରୀ

0 73

ଭୁବନେଶ୍ୱର: ସହୀଦ କୋଭିଡ ଯୋଦ୍ଧାଙ୍କ ପ୍ରାପ୍ୟ ପ୍ରଦାନରେ ଅବହେଳାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହୀଦ କୋଭିଡ ଯୋଦ୍ଧାମାନଙ୍କ ପରିବାର ଯେପରି ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ପ୍ରଶାସନ ଯତ୍ନବାନ ହେଉ । ଏଥିରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁ କୋଭିଡ ଯୋଦ୍ଧାମାନେ କୋଭିଡ ଯୁଦ୍ଧରେ ପ୍ରାଣବଳୀ ଦେଇଛନ୍ତି ସେମାନଙ୍କ ପରିବାରକୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ ଓ ସେମାନଙ୍କ ବିଭାଗ ଦାୟିତ୍ୱରେ ରହିବେ । ଏ କ୍ଷେତ୍ରରେ ସାମାନ୍ୟ ଅବହେଳାକୁ ଗ୍ରହଣ କରାଯିବ ନାହିଁ । କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ହୋମରେ ପ୍ରଦାନ କରାଯାଉଥିବା ସମସ୍ତ ଚିକିତ୍ସା ଓ ସେବାର ମାନ ଉପରେ ସମସ୍ତେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଆମ୍ବୁଲାନ୍ସ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସେ ନିର୍ଦ୍ଦେଶ ଦେବା ସହିତ ସଂଗରୋଧ ଗୃହ ସଂପର୍କରେ ଲୋକଙ୍କ ମନରେ ଯେଉଁ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି ତାହାକୁ ଦୂର କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକମାନେ କୋଭିଡ ଯୁଦ୍ଧରେ ସଂପୂର୍ଣ୍ଣ ଭାବେ ସାମିଲ ହୋଇ କୋଭିଡ କାର୍ଯ୍ୟକ୍ରମର ତ୍ରୁଟିପୂର୍ଣ୍ଣ ପରିଚାଳନା କରିବା ପାଇଁ ଚେଷ୍ଟିତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଇତି ମଧ୍ୟରେ ୨୫ହଜାର ଲୋକ କୋଭିଡରୁ ଆରୋଗ୍ୟ ଲାଭ କଲେଣି ଯାହା ଆମ ପାଇଁ ଅତ୍ୟନ୍ତ ଆଶ୍ୱସନାର ବିଷୟ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାପର କାର୍ଯ୍ୟାକୁ ଆମେ ସମ୍ମାନ ଜଣାଇବା ।

hiranchal ad1
Leave A Reply

Your email address will not be published.

1 × four =