କରୋନା ମୃତ୍ୟୁ ସଂଖ୍ୟା ୪୦ ହଜାର ନିକଟବର୍ତ୍ତୀ

0 81

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ ହଜାର ୫୦୯ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୯ ହଜାର ୨୫୪ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୨୧୫କୁ ବୃଦ୍ଧି ପାଇଛି । ସେହିପରି, ଗତ ୨୪ ଘଣ୍ଟାରେ ୮୫୭ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୩୯ହଜାର ୭୫୯କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୮୬ ହଜାର ୨୪୪ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୧୨ ଜଣ, ଆନ୍ଧ୍ରପ୍ରଦେଶରେ ୧୬୦୪ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୧୫ ଜଣ, ବିହାରରେ ୩୪୭ ଜଣ, ଚଣ୍ଡିଗଡରେ ୨୦ ଜଣ, ଛତିଶଗଡରେ ୬୯ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୩୩ ଜଣ, ଗୋଆରେ ୬୦ ଜଣ, ଗୁଜରାଟରେ ୨୫୩୩ ଜଣ, ହରିୟାଣାରେ ୪୪୮ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୧୭ ଜଣ, ଝାଡଖଣ୍ଡରେ ୧୨୮ ଜଣ, କର୍ଣ୍ଣାଟକରେ ୨୭୦୪ ଜଣ, କେରଳରେ ୮୭ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୧୨ ଜଣ, ମହାରାଷ୍ଟ୍ରରେ ୧୬୧୪୨ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌?ରେ ୫ ଜଣ, ଓଡିଶାରେ ୨୧୬ ଜଣ, ପୁଦ୍ଦୁଚେରୀରେ ୫୮ ଜଣ, ପଞ୍ଜାବରେ ୪୬୨ ଜଣ, ରାଜସ୍ଥାନରେ ୭୩୨ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୩୪୯ ଜଣ, ତେଲେଙ୍ଗାନାରେ ୫୭୬ ଜଣ, ତ୍ରିପୁରାରେ ୩୦ ଜଣ, ଉତ୍ତରାଖଣ୍ଡରେ ୯୫ ଜଣ, ଉତ୍ତରପ୍ରଦେଶରେ ୧୮୧୭ ଜଣ ଏବଂ ପଶ୍ଚମବଙ୍ଗରେ ୧୭୮୫ ଜଣ ।

hiranchal ad1
Leave A Reply

Your email address will not be published.

10 − 5 =