ଦାରିଙ୍ଗବାଡି,୫/୮ : ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ଆଡକୁ ଗତି କରୁଥିବା ବେଳେ ସ୍ଥିତି ଆହୁରି ଭୟଙ୍କର ହୋଇଗଲାଣି । ଏଭଳି ପରିସ୍ଥିତିରେ କରୋନା ଯୋଦ୍ଧାମାନେ ଦିନ ରାତି ଏକକରି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । କରୋନା ଯୋଦ୍ଧାଙ୍କ ପାଇଁ ଏ ଲଢ଼େଇ ସଫଳତା ପୂର୍ବକ ଜାରି ରହିଛି । ତେବେ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୬ ଘଣ୍ଟା ସମୟରେ ଏକ ମିନଟ ନିରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ । ଏହିପରିପ୍ରେକ୍ଷୀରେ ଦାରିଙ୍ଗବାଡି ଥାନା ପରିସର ଠାରେ ନିରବ ପ୍ରାର୍ଥନା ସହିତ ଶପଥ ପାଠ କରାଯାଇଛି । ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ସବଇନ୍ସପେକ୍ଟର ସୌମ୍ୟ ରଞ୍ଜନ ଜେନା ଓ ଥାନାର ସମସ୍ତ କର୍ମଚାରୀମାନେ ସାମିଲ ହୋଇଥିଲେ ।