୫୭ ନମ୍ବର୍‌ ଜାତୀୟ ରାଜପଥରେ ରାହାଜାନୀ ଅଭିଯୋଗ

0 2,075

ବୌଦ୍ଧ,୫/୮ – ଗତ ସୋମବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍‌ ୫୭ ର ରାମ୍ଭିକଟା ଛକ ନିକଟରେ ଦୁଇଟି ଟ୍ରକର ଆଗ କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ଆକ୍ରମଣ କରି ଉଭୟ ଡ୍ରାଇଭରଙ୍କ ନିକଟରୁ ୧୩ ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସୋମବାର ରାତି ପ୍ରାୟ ଘ ୧୨. ୩୦ ମିନିଟ ସମୟରେ ବ୍ରହ୍ମପୁରରୁ ଲୁଣ ବୋଝେଇ ଟ୍ରକ ଓଡି୧୫ଏ୫୬୫୭ ବୌଦ୍ଧ ଅଭିମୁଖେ ଆସୁଥିଲା । ଜାତୀୟ ରାଜପଥ ନମ୍ବର୍‌ ୫୭ର ରାମ୍ଭିକଟା ଛକ ନିକଟରେ ରାସ୍ତାକୁ ଗୋଟିଏ ଟ୍ରାକ୍ଟର ରଖି ଅବରୋଧ କରାଯାଇଥିଲା । ଫଳରେ ଟ୍ରକ୍‌ ରାସ୍ତା ଉପରେ ଅଟକିଥିଲା । ଏ ସମୟରେ ଗୋଟିଏ ବାଇକ ଓ କାରରେ ଆସି ସାତ ଜଣ ବ୍ୟକ୍ତି ଠେଙ୍ଗା ସାହାଯ୍ୟରେ ବାଡେଇ ଟ୍ରକର ଆଗ କାଚ ଓ ହେଡ ଲାଇଟ ଭାଙ୍ଗିବା ପରେ ଡ୍ରାଇଭରଙ୍କୁ ମାଡ ମାରିବା ସହ ପିସ୍ତଲ୍‌ ଦେଖାଇ ନିକଟରେ ଥିବା ଦଶ ହଜାର ଟଂକା ଛଡାଇ ନେଇଥିଲେ । ଏ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିବା ଆଉ ଗୋଟିଏ ଟ୍ରକରୁ ମଧ୍ୟ ସମାନ ଢଙ୍ଗରେ ୩ ହଜାରଟଙ୍କା ଲୁଟିଥିଲେ । ବୌଦ୍ଧଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଟ୍ରକ୍‌ ଡ୍ରାଇଭର ଅକ୍ଷୟ କୁମାର ସାହୁ ଗତକାଲି ସନ୍ଧ୍ୟାରେ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ଥାନା କେସ ନଂ ୧୯୨/୨୦୨୦ ପଞ୍ଜିକରଣ କରି ପୋଲିସ ତଦନ୍ତ ଚଳାଇଛି ।

hiranchal ad1
Leave A Reply

Your email address will not be published.

18 − 7 =