ଲୋକନାଥ ହତ୍ୟାକାଣ୍ଡ ମାମଲା, ଆଜି ଏସ.ପି. ଅଫିସ୍ ଆଗରେ ଧାରଣା ଦେବ ବିଜେପି

0 867

ବୌଦ୍ଧ,୬/୮- ବହୁଚର୍ଚ୍ଚିତ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବିରେ ଗତକାଲି ବିଜେପି ତରଫରୁ କଣ୍ଟାମାଳ ଥାନା ଆଗରେ ଧାରଣା ଦିଆ ଯାଇଥିବା ବେଳେ ଆଜି ବୌଦ୍ଧ ଏସପି ଅଫିସ୍ ଆଗରେ ଧାରଣା ଦିଆଯିବ | କୋଭିଡ ଆଇନକୁ ଅନୁପାଳନ କରି ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି କର୍ମୀ ମାନଙ୍କୁ ସୂଚନା ଦେଇଥିବା ଜଣାପଡିଛି l ଲୋକନାଥ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ କଣ୍ଟାମାଳ ବିଧାୟକଙ୍କ ପୁଅ ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ସମ୍ପୃକ୍ତ ଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି | ବିଜେପି ମଧ୍ୟ ଏଥିରେ ସାମିଲ୍ ହୋଇ ସ୍ବର ମିଳାଇଛି ଓ ସିବିଆଇ ତଦନ୍ତ ଦାବି କରୁଛି | ଅପରପକ୍ଷରେ ବିଧାୟକ ମହୀଧର ରଣା ଅଭିଯୋଗକୁ ଖାରଜ କରିବା ସହ ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ତାଙ୍କୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି | ହତ୍ୟାକାଣ୍ଡରେ ତାଙ୍କ ପରିବାରର କେହି ସମ୍ପୃକ୍ତ ଥିବାର ପ୍ରମାଣିତ ହେଲେ ସେ ବିଧାୟକ ପଦରୁ ଇସ୍ତଫା ଦେବି ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ | ଆଜି ଲୋକନାଥଙ୍କ ପିତାଙ୍କ ଠାରୁ କଣ୍ଟାମାଳ ପୋଲିସ ବୟାନ ରେକର୍ଡ କରିବ ବୋଲି ଜଣାପଡିଛି l

hiring

hiranchal ad1
Leave A Reply

Your email address will not be published.

two × 1 =