କିମ୍ସ ସହାୟତାରେ ହେବ ୪୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କେଏସୟୁବି ଭଞ୍ଜନଗରରେ

0 123

ଭଞ୍ଜନଗର,୬/୮ – କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଖୋଲିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସେଥିରେ ୧୦ଟି ଆଇସିୟୁ ବେଡ୍‌ ରହିବ । ରାଜ୍ୟ ସରକାର ଏବଂ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ ହେବ । ଖୁବ୍‌ଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଯାଉଛି । ଆଗକୁ କଲେଜ ଖୋଲିବାକୁ ଦୃଷ୍ଟିରେ ରଖି କୋଭିଡ୍‌ ହସପିଟାଲ ପାଇଁ ସ୍ୱତନ୍ତ୍ର ଗେଟ୍‌ ଓ ପାଚେରୀ ନିର୍ମାଣ କରାଯିବାର ବ୍ୟବସ୍ଥା ରହିଛି । ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ କନ୍ଧମାଳ ଏମ୍‌ପି ତଥା କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ କିମ୍ସର ବିଶେଷଜ୍ଞ ଟିମ୍‌ ବୁଧବାର ପ୍ରସ୍ତାବିତ କୋଭିଡ୍‌ ହସ୍‌ପିଟାଲ ଭିତ୍ତିଭୂମି ଦେଖିବା ପାଇଁ କେଏସ୍‌ୟୂବି କଲେଜ ପରିଦର୍ଶନ କରିଥିଲେ । ଏହା କୋଭିଡ୍‌ ହସପିଟାଲ ପାଇଁ ଉପଯୁକ୍ତ ସ୍ଥାନ ହେବ ବୋଲି ମନ୍ତ୍ରୀ ଆରୁଖ କହିଥିଲେ । ଟିମ୍‌ର ଗସ୍ତ ସମୟରେ ସ୍ୱତନ୍ତ୍ର ଏଡିଏମ୍‌ ବିଶାଲ ସିଂ, ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ, ମେଡିକାଲ ଅଧିକ୍ଷକ ଡ. ସୀତାଂଶୁ ଶତପଥୀ, କେଏସ୍‌ୟୁବି କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନି, ବ୍ଲକ ଯନ୍ତ୍ରୀ ପ୍ରସନ୍ନ କୁମାର ସାହୁ, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + 8 =