ବୌଦ୍ଧ,୬/୮ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତର ନୂଆପଡା ଗ୍ରାମରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ତିନି ଦିନ ପାଇଁ ନୂଆପଡା ଗ୍ରାମ ଓ ତତସଂଲଗ୍ନ ୨୦୦ ମିଟର ଦୂରତ୍ୱ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଆଜି ସକାଳ ୧୦ ଘଣ୍ଟା ଠାରୁ ଆସନ୍ତା ୯ ତାରିଖର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନୂଆପଡା ଗ୍ରାମରୁ କୌଣସି ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ କିମ୍ବା ଏକତ୍ର ନ ହେବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ଗ୍ରାମର ସମସ୍ତ ସଂଯୋଗ ରାସ୍ତାକୁ ବାଉଁଶ ବାଡ ବାନ୍ଧି ସିଲ୍ କରାଯାଇଥିବା ଜଣାପଡିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।