ବୌଦ୍ଧ,୬/୮ – କରୋନା ଭଳି ମହାମାରୀ ସମୟରେ ଯେଉଁ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା ଯୋଗାଇ ଆସୁଛନ୍ତି ସେମାନଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଗତକାଲି ସନ୍ଧ୍ୟାରେ ବୌଦ୍ଧ ଏନଏସି କାର୍ଯ୍ୟାଳୟର ପରିସରରେ ନିରବ ପ୍ରାର୍ଥନା କରାଯାଇଥିଲା । ବୌଦ୍ଧ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ୧ମିନିଟ୍ ନିରବ ପ୍ରାର୍ଥନା କରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଥିଲେ । କୋଭିଡ ନିମୟକୁ ନିଜେ ପାଳନ କରିବା ଓ ଅନ୍ୟମାନଙ୍କୁ ପାଳନ କରିବାପାଇଁ ସଚେତନ କରିବାକୁ ତଥା କରୋନା ବିରୋଧରେ ଲଢେଇକୁ ମଜଭୁତ କରିବୁ ବୋଲି ସମସ୍ତେ ଶପଥ ପାଠ କରିଥିଲେ ।