ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶାହ

0 860

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ ।
ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଛନ୍ତି ଏବଂ ଏଭଳି ପ୍ରୟାସ ଜାରି ରଖିଛନ୍ତି । ତେଣୁ ସେମାନଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଶିବିର ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଗୃହ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧବୋଲି ସେ କହିଥିଲେ ।
ସହାୟତା ଶିବିର ପ୍ରତିଷ୍ଠା କରିବା ସହିତ ଏଠାରେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନ ଦ୍ୱାରା ମଧ୍ୟ ପଦକ୍ଷେପ ନିଆଯାଉଛି ।
ଏସବୁ ସମ୍ପର୍କରେ ଏନଜିଓ ଏବଂ ଅନ୍ୟାନ୍ୟ ସଂସ୍ଥା ଜରିଆରେ ପ୍ରଯୁକ୍ତିର ଉପଯୋଗ କରି ବ୍ୟାପକ ସଚେତନତା ଏବଂ ପ୍ରଚାର କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ରାଜପଥ ଦେଇ ପ୍ରବାସୀ ଶ୍ରମିକମାନେ ଗୃହରାଜ୍ୟ ଅଭିମୁଖେ ଯାତ୍ରା କରୁଥିବାରୁ ସେଠାରେ ସହାୟତା ଶିବିର ପ୍ରତିଷ୍ଠା କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି । ସେମାନଙ୍କ ରହିବା ପାଇଁ ଟେଂଟ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ଯାହାଫଳରେ ସେମାନେ ଲକଡାଉନ ଜାରି ହେବା ସମୟରେ ସେଠାରେ ରହିପାରିବେ । ସାମାଜିକ ଦୂରତା, ଯଥେଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱତନ୍ତ୍ର ସଙ୍ଗରୋଧ ଏବଂ ଡାକ୍ତରଖାନାରେ ଭର୍ତି ହେବା ସୁବିଧା ସହିତ ଏସବୁ ଆଶ୍ରୟସ୍ଥଳୀ ନିର୍ମାଣ କରିବା ଲାଗି କୁହାଯାଇଛି ।
ଏପରି ସହାୟତା ବ୍ୟବସ୍ଥା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କ୍ଷମତା ଦିଆଯାଇଛି । ଏହି ସମସ୍ୟାର ମୁକାବିଲା ନିମନ୍ତେ ଏସବୁ ପଦକ୍ଷେପ ସହାୟକ ହୋଇପାରିବ ।

hiranchal ad1
Leave A Reply

Your email address will not be published.

two × 5 =