ଆମେରିକା ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି,ଜାଣନ୍ତୁ ଭାରତର ସ୍ଥାନ କେଉଁଠି

0 71

ନୂଆଦିଲ୍ଲୀ : ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି । ତେବେ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚୀନ୍‌ ଏବଂ ତୃତୀୟ ସ୍ଥାନରେ ଅଛି ଜର୍ମାନୀ । ଭାରତ ତାଲିକାରେ ଦଶମ ସ୍ଥାନରେ ରହିଛି । ବ୍ରିଟେନ, ଜାପାନ, ଫ୍ରାନ୍ସ, ସ୍ପେନ୍‌, ମେକ୍ସିକୋ ଏବଂ ଇଟାଲୀ ଏଥିରେ ଭାରତଠାରୁ ଆଗରେ ଅଛନ୍ତି । ବିଶ୍ୱ ଭ୍ରମଣ ଓ ପର୍ଯ୍ୟଟନ ପରିଷଦ ଅନୁସାରେ, ଭାରତର ପର୍ଯ୍ୟଟନ ଅର୍ଥନୀତିର ଆକାର ୨୬୪ ବିଲିୟନ ଡଲାର । ଆମେରିକାର ପର୍ଯ୍ୟଟନ ଅର୍ଥନୀତି ଆକାର ୨.୬ ଟ୍ରିଲିୟନ ଡଲାର ରହିଛି । ଏହା ଦେଶର ମୋଟ ଅର୍ଥବ୍ୟବସ୍ଥାର ପାଖାପାଖି ୮.୮% । ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ସହ ଘରୋଇ ଏବଂ ବିଦେଶୀ ଉଭୟ ପ୍ରକାର ପର୍ଯ୍ୟଟକଙ୍କ ଦ୍ୱାରା କରାଯାଇଥିବା ଖର୍ଚ୍ଚ ସାମିଲ । ଚୀନ୍‌ର ପର୍ଯ୍ୟଟନ ଅର୍ଥନୀତି ୧.୮ ଟ୍ରିଲିୟନ ଡଲାର, ଯାହା ଏହାର ଅର୍ଥନୀତିର ପାଖାପାଖି ୧୦% ।

hiring

ଏହି ତାଲିକାରେ ଜର୍ମାନୀ ୫୬୬ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି । ବ୍ରିଟେନ ୩୮୦ ବିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ଅଛି । ଜାପାନର ପର୍ଯ୍ୟଟନ ଅର୍ଥନୀତିର ଆକାର ୩୪୩ ବିଲିୟନ ଡଲାର ରହିଛି । ଫ୍ରାନ୍ସର ପର୍ଯ୍ୟଟନ ଅର୍ଥନୀତି ୩୧୨ ବିଲିୟନ ଡଲାର, ସ୍ପେନ୍‌ର ୨୯୧ ବିଲିୟନ ଡଲାର, ମେକ୍ସିକୋର ୨୮୩ ବିଲିୟନ ଡଲାର ଏବଂ ଇଟାଲୀର ୨୬୫ ବିଲିୟନ ଡଲାର ରହିଛି । ଇଟାଲୀର ମୋଟ ଅର୍ଥନୀତିରେ ପର୍ଯ୍ୟଟନର ଅଂଶ ୧୧ରୁ୧୩%, ସ୍ପେନ୍‌ରେ ଏହା ୧୬% । ତାଲିକାରେ ଅଷ୍ଟ୍ରେଲିଆ, ସାଉଦି ଆରବ, ବ୍ରାଜିଲ ଏବଂ ତୁର୍କୀ ଭାରତଠାରୁ ପଛରେ ରହିଛନ୍ତି । ଏହି ଦେଶଗୁଡ଼ିକର ପର୍ଯ୍ୟଟନ ଅର୍ଥନୀତି ଆକାର ୧୯୮ ବିଲିୟନ ଡଲାର, ୧୭୮ ବିଲିୟନ ଡଲାର, ୧୭୪ ବିଲିୟନ ଡଲାର ଏବଂ ୧୭୦ ବିଲିୟନ ଡଲାର ରହିଛି ।

ୟୁରୋପୀୟ ଦେଶ ନେଦର୍‌ଲାଣ୍ଡ୍‌ର ପର୍ଯ୍ୟଟନ ଅର୍ଥନୀତି ୧୩୩ ବିଲିୟନ ଡଲାର ରହିଛି । କାନାଡାର ପର୍ଯ୍ୟଟନ ଅର୍ଥନୀତି ୧୩୦ ବିଲିୟନ ଡଲାର, ରୁଷର ୧୦୭ ବିଲିୟନ ଡଲାର, ଫିଲିପାଇନ୍ସର ୯୦ ବିଲିୟନ ଡଲାର, ଇଣ୍ଡୋନେସିଆର ୭୪ ବିଲିୟନ ଡଲାର, ଦକ୍ଷିଣ କୋରିଆର ୭୪ ବିଲିୟନ ଡଲାର, ଥାଇଲାଣ୍ଡର ୭୩ ବିଲିୟନ ଡଲାର, ସୁଇଜରଲାଣ୍ଡ୍‌ର ୭୦ ବିଲିୟନ ଡଲାର, ୟୁଏଇର ୬୮ ବିଲିୟନ ଡଲାର, ପର୍ତ୍ତୁଗାଲର ୬୭ ବିଲିୟନ ଡଲାର ଏବଂ ସିଙ୍ଗାପୁରର ୫୭ ବିଲିୟନ ଡଲାର ରହିଛି ।

hiranchal ad1
Leave A Reply

Your email address will not be published.

4 + 11 =