୧୫ଦିନ ପାଇଁ ୬ ବ୍ୟବସାୟିକ ଦୋକାନ ସିଲ୍‌

0 441

ପାଟଣାଗଡ : ସାମାଜିକ ଦୂରତାକୁ ଫୁ କରି ଉଲ୍ଲଂଘନ କରିଥିବା ଦର୍ଶାଇ ୬ଟି ବ୍ୟବସାୟିକ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିଛି । ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ ବେଉରା ପାଟଣାଗଡ ପୁଲିସ ସହାୟତାରେ ସହରରେ ଥିବା କିଶୋର ସେଲୁନ, ପ୍ରିୟା ସେଲୁନ, ବାଲାଜୀ କ୍ଲ୍‌ଥଷ୍ଟୋର, ସୁବୁଦ୍ଧି ହୋଟେଲ, ସମଲେଶ୍ୱରୀ ଇଲେକ୍ଟ୍‌ିକାଲ୍ସ ଏବଂ ବିନାୟକ ଇଲେକ୍ଟ୍ରିକାଲ୍ସକୁ ୧୫ ଦିନ ପାଇଁ ସିଲ୍ କରିଦେଇଥିବା ସୂଚନା ଦେଇଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ । ଏହି ଦୋକାନ ସମ୍ମୁଖରେ ଗ୍ରାହାକଙ୍କ ଭିଡ ଲାଗୁ ରହିଥିବା ସହ ଦୋକାନୀ ମାନେ ଭିଡକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ସେମାନଙ୍କୁ କାରଣ ଦର୍ଶାଇବା ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ତେବେ ସେହି ଦୋକାନୀମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ସେହି ୬ଟି ଦୋକାନକୁ ୧୫ ଦିନ ପାଇଁ ସିଲ୍ କରାଯାଇଥିବା ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =