ମାର୍ଚ୍ଚ ଶେଷସୁଦ୍ଧା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାମ ସାରିବାକୁ ଲକ୍ଷ୍ୟ : ୧୬୮ କୋଟି ବ୍ୟୟ, ସରିଛି ୭୫% କାମ

0 1,493

ହରଭଙ୍ଗା : ଆସନ୍ତା ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ହରଭଙ୍ଗା ବ୍ଲକର ଖରଶଙ୍କୁଲୋଇଠାରେ ମହାନଦୀ ଉପରେ ବହୁ ପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣଧୀନ କାର୍ଯ୍ୟର ଅବଗତି ସଂପର୍କରେ କନ୍ଧମାଳ ସର୍କଲର ପୂର୍ତ୍ତ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ. ମନୋଜ କୁମାର ତ୍ରିପାଠୀ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ବୌଦ୍ଧ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଶାନ୍ତୁନ ନାଏକ, ସହକାରୀ ଯନ୍ତ୍ରୀ ଇଂ ନିରଞ୍ଜନ ଧଳ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।

hiring


ପ୍ରକାଶଥାଉକି ସେତୁ ଶିଳାନ୍ୟାସକୁ ୫ବର୍ଷ ପୂରିଲା । ବୌଦ୍ଧ-ଅନୁଗୁଳ ଜିଲ୍ଲାର ଜନସାଧାରଣଙ୍କ ଗମନାଗମନ ଓ ପରିବହନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ୨୦୧୫ ମସିହା ମେ ମାସରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାନଦୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ବିଶ୍ୱବ୍ୟାଙ୍କ ସହାୟତାରେ ୧୬୮ କୋଟି ବ୍ୟୟ ଅଟକଳରେ ନିର୍ମାଣଧୀନ ଅଟେ ସେତୁ । ୨୦୧୯ ମସିହା ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ସମୟ ଦିଆଯାଇଥିଲା । କିନ୍ତୁ ସେତୁ ନିର୍ମାଣରେ ବିଲମ୍ବ ତଥା ମହାନଦୀରେ ବନ୍ୟା ଆସିବା ଓ ବର୍ତ୍ତମାନ ଲକଡାଉନ ଯୋଗୁଁ ରାଜ୍ୟ ବାହାର ଶ୍ରମିକ ଆସିପାରୁନଥିବାରୁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ମହାନଦୀ ଉପରେ ଏହି ସେତୁର ଲମ୍ବ ୩ କିଲୋମିଟର ୪୨୦ ମିଟର ରହିଛି । ବର୍ତ୍ତମାନ ୮୭ଟି ପିଲର ନିର୍ମାଣ ସରିଛି । ୭୧ଟି ପିଲର ଉପରେ ଛାତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । କିନ୍ତୁ ଆଠମଲ୍‌ିକ ପଟରୁ ୧୬ଟି ପିଲର ଉପରେ ଛାତ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ବର୍ତ୍ତମାନ ସୁଦ୍ଧା ସେତୁର ୭୫ପ୍ରତିଶତ ଭାଗ କାମ ସରିଛି । ଗତ ଅଗଷ୍ଟ ମାସରେ ନଦୀରେ ବନ୍ୟାକୁ ଦେଇ ୨୦୨୦ ଜୁଲାଇ ପର୍ଯ୍ୟନ୍ତ ସେତୁର ଅବଧି ସମୟ ବିଭାଗୀୟ କର୍ତ୍ତୃପକ୍ଷ ବର୍ଦ୍ଧିତ କରିଥିଲେ । ମାତ୍ର ଲକଡାଉନ ଯୋଗୁଁ କାର୍ଯ୍ୟ ୪ ମାସ ବନ୍ଦ ଥିବାରୁ ଶ୍ରମିକମାନେ ଘରକୁ ଯାଇ ଆଜି ପର୍ଯ୍ୟନ୍ତ ଫେରି ନାହାନ୍ତି । ଫଳରେ ନିର୍ମାଣକାର୍ଯ୍ୟ ଧିମେଇ ଯାଇଥିବା ଜଣାପଡିଛି । ଫଳରେ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏଣୁଏହି ସେତୁ ଆସନ୍ତା ୨୦୨୧ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ଇଂ. ମନୋଜ ତ୍ରିପାଠୀ ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ମାଣ ହେଲେ ପଶ୍ଚିମଓଡିଶା ସହିତ ଉତ୍ତର ଓଡିଶା, ଦକ୍ଷିଣ ଓଡିଶାକୁ ସଂଯୋଗ କରିବା ଅଂଚଳର ପରିସ୍ଥିତି, ଅର୍ଥନୀତି ଓ ଗମନାଗମନ ଦିଗରେ ଏହି ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଣୁ ଯଥାଶୀଘ୍ର ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ଜୁନ ମାସ ସୁଦ୍ଧା ୧୨୮ କୋଟି ୪ଲକ୍ଷ ଟଙ୍କା ସେତୁ ନିର୍ମାଣରେ ଖର୍ଚ୍ଚ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ସେତୁ କାର୍ଯ୍ୟଟି ବୌଦ୍ଧ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି ।

hiranchal ad1
Leave A Reply

Your email address will not be published.

six − 5 =