ଆଜି ସମ୍ବଲପୁରରେ ୩୯ ଜଣ ନୂଆ ପଜିଟିଭ ଚିହ୍ନଟ, ଜଣେ ମୃତ

0 144

ସମ୍ବଲପୁର,୭/୮- ଆଜି ସମ୍ବଲପୁର ଜିଲ୍ଲାରେ ୩୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ପୂର୍ବରୁ ଶ୍ୱାସରୋଗରେ ପୀଡ଼ିତ ଥିଲେ ଓ ତାଙ୍କର ପୁଅକୁ ଗତ କିଛିଦିନ ପୂର୍ବେ ଏକ ଅପହରଣ ମାମଲାର ଚୋରି ସୁନା ଅଳଙ୍କାର କିଣିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହି ଘଟଣା ପରେ ପରିବାରରେ ଅଶାନ୍ତି ଓ ଉତ୍ତେଜନା ଯୋଗୁଁ ତାଙ୍କର ଶ୍ୱାସରୋଗ ବଢ଼ି ଯାଇଥିଲା ଓ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବାରୁ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲା । ଅବଶ୍ୟ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଶାସନ ପକ୍ଷରୁ କିଛି ପୁଷ୍ଟି କରାଯାଇନାହିଁ, ତଥାପି ପାରିପାର୍ଶ୍ୱିକ ସ୍ଥିତି ତ ଏହାହିଁ କହୁଛି । ଅନ୍ୟପଟେ ଆଜିକାର ୩୯ ଜଣ ଚିହ୍ନଟ ହେଲାପପରେ ସମ୍ବଲପୁରରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୯୬୬ରେ ପହଞ୍ଚିିଛି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ପରେ ୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବାକି ସକ୍ରିୟ ୬୦୦ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

17 − four =