୧୦ଦିନ ହେବ ଅନ୍ଧାରରେ ଦେଓଝର ବାସୀ

0 87

ଯୋଡା :ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତ ଦେଓଝର ଗ୍ରାମବାସୀମାନେ ୧୦ଦିନ ହେବ ଅନ୍ଧାରରେ ରହିଆସୁଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମଟି ଅନ୍ଧାରରେ ରହୁଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଜିନ୍ଦଲ କମ୍ପାନୀ ଦେଓଝର ପଞ୍ଚାୟତର ତାରିଣୀ ମନ୍ଦିର ଛକ ନିକଟରେ ୬୩ କେଭିର ଏକ ଟ୍ରାନ୍ସଫର୍ମର ଲଗାଇ ଏହାକୁ ଯୋଡା ନେସ୍କୋ ବିଭାଗକୁ ହସ୍ତାନ୍ତର କରିଥିଲେ । ଫଳରେ ଦୀର୍ଘ ଦିନ ପରେ ଏହି ଗ୍ରାମବାସୀମାନେ ବିଜୁଳି ଆଲୁଅ ପାଇପାରିଥିଲେ । ହେଲେ ୨୮ ତାରିଖ ସନ୍ଧ୍ୟାରେ ବିଜୁଳି ମାରି ଏହି ଟ୍ରାନ୍ସଫର୍ମରଟି ପୋଡି ଯାଇଛି । ଫଳରେ ୧୦ଦିନ ହେବ ଦେଓଝର ଗ୍ରାମ ଏବଂ ସମ୍ପୂର୍ଣ୍ଣ ଭାବେ ପଞ୍ଚାୟତବାସି ଅନ୍ଧକାରରେ ରହିଛନ୍ତି । ଏହି ଗ୍ରାମ ମଧ୍ୟରେ ଜିନ୍ଦଲ କମ୍ପାନୀର ଏକ ମେଡିକାଲ କ୍ୟାମ୍ପ ମଧ୍ୟ ରହିଛି । ଏ ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯୋଡା ନେସ୍କୋ ବିଦ୍ୟୁତ ବିଭାଗର ଏସ.ଡି.ଓ. ଦିବ୍ୟ ରଞ୍ଜନ ସାହୁଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ଗ୍ରାମବାସୀମାନଙ୍କର ଲକ୍ଷାଧିକ ଟଙ୍କା ବକେୟା ରହିଥିବା ବେଳେ ଏହି ଟ୍ରାନ୍ସଫର୍ମର ମରାମତି କରାଯିବା ଅସମ୍ଭବ ହୋଇପଡିଛି । ଗ୍ରାମବାସୀମାନଙ୍କ ଠାରୁ ଏହି ବକେୟା ଆଦାୟ ହେଲେ ନୁଆ ଟ୍ରାନ୍ସଫର୍ମର ଲଗାଯିବ ବୋଲି ସେ ସୂଚନା ଦେଇଥିଲେ । ଏହି ଗ୍ରାମରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଅଧିକାରୀ ବାସବାସ କରିଥାନ୍ତି । ସମସ୍ତ ଆର୍ôଥକ ଅବସ୍ତା ସ୍ୱଚ୍ଛଳ ନୁହେଁ । ସରକାର ଗରିବ ଲୋକଙ୍କ ପାଇଁ ମାଗଣା ବିଦ୍ୟୁତ ସେବାର ସୁବିଧା ଯୋଗାଇଦେଉଥିବା ବେଳେ ଏହି ଅଞ୍ଚଳବାସୀ ପାଇଁ ଏହା ସପନ ପାଲଟିଛି । ବିଦ୍ୟୁତ ଅଭାବରୁ ପିଲାମାନଙ୍କର ଅନଲାଇନ ପାଠପଢାରେ ବ୍ୟାହାତ ସୃଷ୍ଟି ହୋଇଛି । ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିଜୁଳି ଯୋଗାଇଦେବାକୁ ସାଧାରଣ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

twenty − nineteen =