ଅଗଷ୍ଟ ଶେଷ ସପ୍ତାହରେ ବସିପାରେ ବିଧାନସଭା

0 74

ଭୁବନେଶ୍ୱର : ଚଳିତ ମାସ ଶେଷ ସପ୍ତାହରେ ବିଧାନସଭାର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇପାରେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେ ନେତା ସନ୍ତୋଷ ସିଂ ସାଲୁଜା । ଶ୍ରୀ ସାଲୁଜା କହିଛନ୍ତି ଯେ, ଦୁଇଦିନ ତଳେ ସେ ବିଧାନସଭାର ଅଧିବେଶନ ଆହ୍ୱାନ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି । ବାଚସ୍ପତି ଶ୍ରୀ ପାତ୍ର ଏ ସଂପର୍କରେ ସରକାରଙ୍କ ପରାମର୍ଶ ଓ ରାଜ୍ୟପାଳଙ୍କ ଅନୁମୋଦନ ନେଇ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ବିଧାନସଭାର ଅଧିବେଶନ ବସିଥିଲା । ଗୋଟିଏ ଅଧିବେଶନର ୬ ମାସ ମଧ୍ୟରେ ଆଉ ଗୋଟିଏ ଅଧିବେଶନ ଆହ୍ୱାନ କରାଯିବାର ନିୟମ ରହିଥିବାରୁ ସେପ୍ଟେମ୍ବର ମାସ ପୂର୍ବରୁ ଅଧିବେଶନ ବସିବା କଥା । ତେବେ ବିଧାନସଭା ବର୍ତ୍ତମାନ କରୋନା ମୁକ୍ତ ହୋଇଥିବା ବେଳେ ବିଧାନସଭା ପରିସରକୁ ସାନିଟାଇଜ ଶେଷ କରାଯାଇଛି । ଏହି କାରଣରୁ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ବିଧାନସଭା ଅଧିବେଶନ ପାଇଁ ବାଚସ୍ପତି ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟବାସୀଙ୍କ ଆଲୋଚନା ବିଧାନସଭାରେ ନ ହେବା ଏକ ଅସୁସ୍ଥ ଗଣତନ୍ତ୍ରର ନଜିର ସୃଷ୍ଟି କରିବାକୁ ଥିବାରୁ ବାଚସ୍ପତି ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସାଲୁଜା କହିଥିଲେ ।

hiranchal ad1
Leave A Reply

Your email address will not be published.

three × 2 =