ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀ : ସୃଷ୍ଟି ୬ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0 190

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପୁଲିସରେ ୯୦୫ଟି ପଦବୀରେ ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ୨୨୦ଟି ପୁଲିସ ଷ୍ଟେସନ ପାଇଁ ଏହି ୯୦୫ ପଦବୀ ପୂରଣ ହେବା ସହିତ ୬ଟି ନୂଆ ଆଉଟପୋଷ୍ଟକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି । ୬ଟି ନୂଆ ଆଉଟପୋଷ୍ଟକୁ ଅଧିକ ମଜବୁତ କରିବାକୁ ନେଇ ରାଜ୍ୟରେ ଆଉ ୬ଟି ପୁଲିସ ଷ୍ଟେସନ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି । ଖଣ୍ଡଗିରି, ଅନୁଗୋଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନ, ଭଞ୍ଜନଗର, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ୩ଟି ଥାନାର ପରିସୀମାକୁ ଭଙ୍ଗା ଯାଇ ୨ଟି ଭାଗରେ ବିଭକ୍ତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଅପରାଧ ନିୟନ୍ତ୍ରଣ ପାଇଁ ସିଭିଲ ପୁଲିସର ସାହାଯ୍ୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏଥିପାଇଁ ୨୨୦ଟି ମ୍ୟାନ୍ ପାୱାରର ସାହାଯ୍ୟ ନେବା ପାଇଁ ନିଷ୍ପତ୍ତି କରାଯାଇଛି । ୨୧ଟି ପୁଲିସ ଜିଲ୍ଲାରେ ଥିବା ୨୨୦ଟି ପୁଲିସ ଷ୍ଟେସନକୁ ଏହାଦ୍ୱାରା ସଶକ୍ତ କରାଯିବ ।

hiranchal ad1
Leave A Reply

Your email address will not be published.

8 + 1 =