ସବୁ ରେକଡର଼୍ ଭାଙ୍ଗିଲା କରୋନା

0 90

ନୂଆଦିଲ୍ଲୀ, : ଭାରତରେ ଦୈନିକ ସଂକ୍ରମଣ ବ୍ରାଜିଲ୍‌ ଓ ଆମେରିକା ଭଳି ଦେଶକୁ ଏବେ ଅତିକ୍ରମ କରିଛି । ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୬୨ ହଜାର ୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ ସଂକ୍ରମଣରେ ଏହା ସର୍ବାଧିକ । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ।
ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୮୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୧୫୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡିଥିବା ୬୨,୫୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୩୮୪ ରହିଛି । ୨୪ ଘଣ୍ଟାରେ ୮୮୬ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ, ଗତକାଲି ୨୪ଘଣ୍ଟାରେ ୫୬, ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ସହ ୨୪ଘଣ୍ଟାରେ ୯୦୪ଜଣଙ୍କର ମୃତ୍ୟୁ ଘଟିଥିଲା । ସମଗ୍ର ବିଶ୍ୱରେ ମହାମାରୀ କରୋନା ଭୂତାଣୁ ସାର୍ସ-କୋଭ୍‌-୨ର ପ୍ରାଦୁର୍ଭାବ ଥମିନଥିବା ବେଳେ କିଛି କିଛି ଦେଶରେ ମଧ୍ୟ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଗତ ମେ’ରେ ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୨,୩୯,୬୩୮ ଏବଂ ମୃତକଙ୍କ ସଂଖ୍ୟା ୨୭,୧୨୭ରେ ସ୍ଥିର ରହିଥିବା ବେଳେ ଗତ ଜୁନ୍‌ ପହିଲାରେ ସେଠାରେ ଅଧିକ ୭୧ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଯାଇଥିଲା ଯଦିଓ ମୃତକଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସିନଥିଲା । ଏବେ ସେଠାରେ ଲକ୍‌ଡାଉନ୍‌ କଟକଣା ହଟିଯିବା ପରେ ଜୁଲାଇ ୩୦ ପରଠାରୁ ପ୍ରତ୍ୟହ ହଜାରେରୁ ଅଧିକ ନୂଆ ସଂକ୍ରମଣ ମାମଲା ନଜରକୁ ଆସୁଛି । ଏବେ ସ୍ପେନ୍‌ର ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩,୫୨,୮୪୭ ହୋଇଥିବା ବେଳେ ମୃତକ ମଧ୍ୟ ୨୮,୪୯୯ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

one × 4 =