ବୌଦ୍ଧ,୭/୮ – ଜନସାଧାରଣଙ୍କ ଆବଶ୍ୟକତାକୁ ଓ ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଗାମୀ ସପ୍ତାହ ପାଇଁ ଜିଲ୍ଲାରେ ଲାଗୁ ହୋଇଥିବା କଟକଣାକୁ ଟିକିଏ କୋହଳ କରିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖ ଠାରୁ ୧୬ ତାରିଖ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ସକାଳ ୭ ଘଣ୍ଟାଠାରୁ ଅପରାହ୍ନ ୨ ଘଣ୍ଟା ଯାଏଁ ଖୋଲିବାକୁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ସକାଳ ୭ ଘଣ୍ଟା ଠାରୁ ରାତି ୮ ଘଣ୍ଟା ମଧ୍ୟରେ ପାର୍ସଲ ଦେଇ ପାରିବେ । ଠେଲା ଜଳଖିଆ ଦୋକାନ, ଫାଷ୍ଟଫୁଡ ୋକାନ ଆଦି ଦିନ ୨ ଘଣ୍ଟା ଯାଏଁ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ସମସ୍ତ ଲଜ୍ଗୁଡିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ଲଜ ଗୁଡିକରେ ରହୁଥିବା ଲୋକଙ୍କ ସୂଚନା ଦୈନନ୍ଦିନ ସ୍ଥାନୀୟ ଥାନାରେ ଜଣାଇବାକୁ କୁହାଯାଇଛି । ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ।
ଏହା ସହିତ ଦିନ ୨ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ଯାଏଁ ପୁର୍ବ ଭଳି ଲକ ଡାଉନ ବଳବତ୍ତର ରହିବ । ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ପରିସ୍ଥିତିରେ ଘରୁ ବାହାରକୁ ବାହାରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି ଓ ଯିଏ ଖିଲାପ କରିବେ ତାଙ୍କ ନାମରେ ମାମଲା ରୁଜୁ କରାଯିବ ଓ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ବହୁ ଦିନର ସଟ୍ ଡାଉନ୍ ପରେ ଆଜିର ଜିଲ୍ଲାପାଳଙ୍କ ଆଦେଶକୁ ବ୍ୟବସାୟୀ ମହଲରେ ଓ ଜନସାଧାରଣରେ ସ୍ୱାଗତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post