ବୌଦ୍ଧ – ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତ କରଡ଼ି ଗ୍ରାମର ମହାନଦୀ ଘାଟରେ ଗତ ଦୁଇ ଦିନ ହେଲା ଗୋଟିଏ କୁମ୍ଭୀର ଆସି ରହିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ଲୋକେ କୁମ୍ଭୀର କୁ ଦେଖିବା ପରେ ଗାଧୁଆପାଧୁଆ ପାଇଁ ନଦୀକୁ ଯିବାକୁ ଭୟ କରୁଛନ୍ତି |
କୁମ୍ଭୀରଟି ମହାଦେବ ମନ୍ଦିର ଘାଟ ଓ ଅନ୍ୟାନ୍ୟ ଘାଟ ନିକଟରେ ବାହାରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | କୁମ୍ଭୀରଟି ବନ୍ୟା ଜଳରେ ଟିକରପଡ଼ା ଠାରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି l କୁମ୍ଭୀରକୁ ନେଇ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି l