ମ୳ଗାମା ଫିନକପ ଲିମିଟେଡ଼ ୨୦୨୦ ପାଇଁ ‘ଏମ – ସ୍କଲାର୍’ ଘୋଷଣା କରିଛି, ଯେଉଁମାନେ ଯୁକ୍ତ ୨ ଶିକ୍ଷା ସମାପ୍ତ କରିଛନ୍ତି ଏବଂ ଦୁଃସ୍ଥ ପରିବାରରୁ ଆସିଛନ୍ତି, ସେହି ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସମ୍ମାନଜନକ ମେଧା ବୃଦ୍ଧି କାର୍ଯ୍ୟକ୍ରମ l ୨୦୧୫ ଠାରୁ ମ୳ଗାମା ୪୦୦ ଛାତ୍ରଙ୍କୁ ମେଧା ବୃତି ପ୍ରଦାନ କରିଛି l ସେମାନଙ୍କ ମଧ୍ୟରୁ ଅନେକ ଵର୍ତମାନ ପାଠ୍ୟକ୍ରମ ଶେଷ ହେବା ପରେ ସଫଳ କ୍ୟାରିଆର ହାସଲ କରିଛନ୍ତି l ଯେଉଁ ଛାତ୍ରଛାତ୍ରୀମାନେ ୨୦୨୦ ରେ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ୮୦% କିମ୍ବା ଅଧିକ ଅଧିକ ନୁମ୍ବର ହାସଲ କରିଛନ୍ତି , କିନ୍ତୁ ତାଙ୍କ ପରିବାରର ଆୟ ମାସିକ ୧୦,୦୦୦ ଟଙ୍କା କିମ୍ବା ତା ‘ଠାରୁ କମ, ମେଧା ବୃଦ୍ଧି କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି l ଏହି ମେଧା ବୃତ୍ତି୧୦୦ ଜଣଙ୍କ ପାଇଁ ରହୁଛି l ଏହି କାର୍ଯ୍ୟକ୍ରମ ରେ ଦେଶ ବ୍ୟାଫୀ ବିଭିନ୍ନ ବିଦ୍ୟାଳୟରେ ଭିତିଭୂମୀ ଆବଶ୍ୟକତା ପୂର୍ଣ୍ଣ କରି ବା ଅନ୍ତଭୂକ୍ତ l ଏହି ଅହିବସରେ ଉଦବୋଧନ ଦେଇ ଶ୍ରୀ କୌଶିକ ସିହ୍ନା ମୁଖ୍ୟ ସିଏସଆର,କପୋରେଟ କମ୍ୟୁନିକେସନ ଆଣ୍ଡ କପୋରେଟ ସର୍ଭିସେସ, ମ୳ଗାମା ଫିନକପ ଲିମିଟେଡ଼ କରିଛନ୍ତି, “ଆର୍ଥିକ ଅଭାବ ମେଧାବି ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଭରେ ପ୍ରତି ବନ୍ଧକ ହେବା ଅନୁଚିତ l ମ୳ଗାମାର ସମାଜ ପ୍ରତି ପ୍ରତିବନ୍ଧତାର ଅନ୍ୟ ଉଦାହରଣ ହେଉଛି ଏମ – ସ୍କଲାର୍ l ଆମେ ୪୦୦ ଛାତ୍ରଛାତ୍ରୀଙ୍କୁ (୧୬ ଟି ରାଜ୍ୟରୁ ) ସହଯୋଗ ପ୍ରଦାନ କରି ଆନନ୍ଦିତ l ଏବେ ଏମ – ସ୍କଲାର ଗୋଷ୍ଠୀକୁ ୧୦୦ ଜଣ ଯୋଗ୍ୟ ପ୍ରାଥୀଙ୍କର ଏକ ନୂତନ ବ୍ୟଚରକୁ ସ୍ୱଗତକରି କରିବାକୁ ପ୍ରସ୍ତୁତ l