ପାଟଣାଗଡ଼,୮/୮ – ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବାଲିପଟା ପଞ୍ଚାୟତ ବାଲିପଟା ଗାଁ ର ବିଧବା ମହିଳା କଣ୍ଠଦେଇ ବିଶି (୪୫) ଅତି ଦୟନୀୟ ଅବସ୍ଥାରେ ଝାଟିମାଟି କୁଡ଼ିଆ ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି ।। ତାଙ୍କର ସ୍ବାମୀ ଦେହାନ୍ତ ପରେ ସେ ଦୁଃଖ କଷ୍ଟ ଚଲାଉଥିବା କହିଛନ୍ତି ।। ତାଙ୍କର ନାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନି । ଅନ୍ୟ ପକ୍ଷରେ ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ କଣ୍ଠଦେଇ ଙ୍କ ପାଇଁ ସାତ ସପନ ହୋଇ ପଡ଼ିଛି ।। ତାଙ୍କର ଆଧାର କାର୍ଡ ନଥିବାରୁ ରାସନ କାର୍ଡ ଓ ବିଧବା ଭତ୍ତା ମଧ୍ୟ ମିଳିନାହିଁ ।। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ କଣ୍ଠଦେଇ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସହ ବିଧବା ଭତ୍ତା ଯୋଗାଇ ଦେବାକୁ ଦାବି ହେଉଛି ।।