ବଲୀଙ୍ଗୀର,୮/୮ – ଲକ୍ ଡାଉନ୍ ପ୍ରଥମ ଦିନ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବୁଲୁଛି
ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 1643ରେ ବଲାଙ୍ଗୀର ଜିଲ୍ଲାର ଅଛନ୍ତି 43ଜଣ । ଏହା ସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 631 । 399ଜଣ ସୁସ୍ଥ ହେଲେଣି ଓ 232 ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଆଜିର ଚିହ୍ନଟ ଙ୍କ ମଧ୍ୟରେ 2ମହିଳା ଓ 2ପୁରୁଷ କରୋନା ଯୋଦ୍ଧା ଥିବା ମଧ୍ୟ ସୂଚନା ଦିଆଯାଇଛି । ବଲାଙ୍ଗୀର ମ୍ୟୁନସିପାଲଟି ଅଞ୍ଚଳରୁ 23, ପାଟଣାଗଡ ଏନ ଏ ସିରୁ ଜଣେ ଥିବାବେଳେ ଆଗଲପୁର,ଲୋଇସଂହା, ପୁଇଁତଲା, ଗୁଡଭେଲା ପ୍ରଭୃତି ଗ୍ରାମାଞ୍ଚଳର ବିଭିନ୍ନ ଗ୍ରାମର ଅଟନ୍ତି । ଚିହ୍ନଟ ସମସ୍ତ ପୂର୍ବ ଚିହ୍ନଟ ରୋଗୀ ସଂସ୍ପର୍ଶରେ ବା ସ୍ଥାନୀୟ ସଂକ୍ରମଣ ଶିକାର ହୋଇଥିବା ଜଣାଯାଏ । ଉଭୟ ସହର ଓ ଗାଁରେ ନୂଆ ଅଞ୍ଚଳକୁ ବ୍ୟାପୁଥିବା ପ୍ରଶାସନ ଓ ଜନ ସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ରୋଗୀ ସଂପର୍କରେ ତଥ୍ୟ ଦେବାରେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ନଜରକୁ ଆସୁଛି । ବିଭିନ୍ନ ବିଭାଗରେ ତାଳ ମେଳ ନାହିଁ । ପୁଇଁତଲା ବ୍ଳକ ଅନ୍ତର୍ଗତ ବୁବେଲ ପଞ୍ଚାୟତ ବେଲବାହାଲି ଗାଁର ଜଣେ ହୋମଗାଡ କର୍ମଚାରୀ ପଜିଟିଭ ଆସିଥିଲେ । ତାଙ୍କ ସଂସ୍ପର୍ଶରେ ଆସି ଅନ୍ୟ ଜଣେ ଆକ୍ରାନ୍ତ ହେବା ଦର୍ଶାଈ ସରପଞ୍ଚ ଗାଁକୁ ନିଷିଦ୍ଧାଅଞ୍ଚଳ ଘୋଷଣା କରିଥିଲେ । ଯୁବକଙ୍କୁ ମଧ୍ୟ ଗାଁ ରୁ ସ୍ଥାନାନ୍ତରିତ କରାଯାଇଛି କିନ୍ତୁ ସରପଞ୍ଚଙ୍କ ନିଷିଦ୍ଧାଞ୍ଚଳ ଘୋଷଣା ସମୟ ସୀମା ସରିଯାଇଥିଲେ ମଧ୍ୟ ଜିଲ୍ଲା ତାଲିକାରେ ବେଲବାହାଲି ସଂକ୍ରମିତ ସଂପର୍କରେ ତଥ୍ୟ ନାହିଁ । ତାଲିକା ରଖି ପାରୁ ନ ଥିବା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଳା ପ୍ରଶାସନର କରୋନା ଲଢେଇ ଅଭିଯାନରେ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି । ବେଲବାହାଲି ଭଳି କିଛି ଦୃଷ୍ଟାନ୍ତ ପରେ ବୁଦ୍ଧିଜୀବି ମହଲରେ ଜିଲ୍ଲା ସଂକ୍ରମଣ ସଂଖ୍ୟାକୁ ନେଇ ପ୍ରଶ୍ନ ଅନେକ । ଅନ୍ୟପଟେ ଲକ୍ ଡାଉନ୍ କୁ ନେଇ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଛି ବିତର୍କ । ଜିଲ୍ଲାରେ ଓ ବଲାଙ୍ଗୀର ପୌରପରିଷଦରେ କେତେ ନମୁନା ପରୀକ୍ଷା କରାଗଲା , ସଂକ୍ରମଣ ରୋକିବା ପାଇଁ ବ୍ୟାପକ ବିଶୋଧନ ନାହିଁ, ଦୋକାନ ବଜାର ଓ ବ୍ୟାଙ୍କ ସମେତ କାର୍ଯ୍ୟାଳୟରେ ଭିଡ ସାମାଜିକ ଦୂରତା ଅର୍ଥହୀନ ହେଉଛି ଦିନକୁ ଦିନ କିନ୍ତୁ ସଟ୍ ଡାଉନ୍ ଲକ୍ ଡାଉନ୍ ଲୋକଙ୍କ ଜୀବିକା ଉପରେ ମାଡ ବୋଲି ମତ ପ୍ରକାଶ ପାଉଛି ।
Sign in
Sign in
Recover your password.
A password will be e-mailed to you.