ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦିନିକିଆ ଗଜପତି ଗସ୍ତ

0 85

ପାରଳାଖେମୁଣ୍ଡି,୮/୮- ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । ତାଙ୍କ ସହିତ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମଧ୍ୟ ଗଜପତି ଗସ୍ତ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଏବଂ ସାଂସଦ ଗଜପତି ଜିଲ୍ଲାରେ ଚାଲିଥିବା କୋଭିଡ-୧୯ ମୁକାବିଲା ସମ୍ବନ୍ଧୀୟ ସମସ୍ତ ବିଷୟବସ୍ତୁ ଉପରେ ଜିଲ୍ଲାପାଳ ତଥା ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ । ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା ଯେ ପ୍ଲାଜମା ଥେରାପି ଚିକିତ୍ସାର ଅଗ୍ରଗତି ପାଇଁ ଆବଶ୍ୟକୀୟ ରକ୍ତ କିପରି ସଂଗୃହିତ କରାଯିବ ଏଥିପାଇଁ ଜିଲ୍ଲାରେ ଚାଲିଥିବା ସଚେତନତା କାର୍ଯ୍ୟକ୍ରମରେ ୨୩ ଜଣ ରାଜି ହୋଇଥିବା କଥା ଜିଲ୍ଲାପାଳ ଅନୁପମ ସାହା ମାନ୍ୟବର ମନ୍ତ୍ରୀଙ୍କ ଆଗରେ ରଖିଥିବାବେଳେ ଏହା କିପରି ସଂଗୃହିତ କରିବାସହ ଅଧିକରୁ ଅଧିକ ଲୋକଙ୍କ ଠାରୁ ସଂଗ୍ରହ କରାଯିବ ସେ ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାକୁ ବଢ଼ାଇବା ପାଇଁ କରୋନାରୁ ଭଲହୋଇଥିବା ରୋଗୀଙ୍କ ପାଖରେ ପ୍ରଶାସନ କିପରି ପହଞ୍ଚି ବୁଝାଇବ ତାହାପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲରେ ନିୟୋଜିତ ଥିବା ମାନବ ସମ୍ବଳ ଓ ଭିତ୍ତିଭୂମି ଉପରେ ମାନ୍ୟବର ମନ୍ତ୍ରୀ ଓ ସାଂସଦଙ୍କୁ ଅବଗତ କରାଇଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀ ଓ ସାଂସଦ ଜିଲ୍ଲାରେ ଚାଲିଥିବା କୋଭିଡ କାର୍ଯ୍ୟକ୍ରମ ଉପରେ ସନ୍ତୋଷ ପ୍ରକାଶ କରିବାସହ ପ୍ଲାଜମା ଥେରାପି ପ୍ରସାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏସପି ତପନ କୁମାର ପଟ୍ଟନାୟକ, ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ମହେଶ କୁମାର ଚୌଧୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × three =