ଶିଶୁ ଓ ଗର୍ଭବତୀଙ୍କୁ ନିମ୍ନମାନର ଖାଦ୍ୟ ବଣ୍ଟନ ଅଭିଯୋଗ

0 764

ବୌଦ୍ଧ – ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଶିଶୁ ଓ ଗର୍ଭବତୀଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ଓ ବାଦାମ ଲଡୁ ଅତି ନିମ୍ନମାନର ଓ ସେଥିରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି | କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଅଂଗନବାଡି କର୍ମୀ ମାନେ ବଣ୍ଟନ କରିଥିବା ଖାଦ୍ୟରେ ଏଭଳି ଦେଖିବାକୁ ମିଳିଥିଲା ବୋଲି ହିତାଧିକାରୀ ମାନେ କହିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ଖଟଖଟିଆ ଗ୍ରାମର ଗୋଟିଏ ସ୍ବୟଂ ସହାୟକ ଗୋଷ୍ଠୀ ସ୍ଥାନିୟ ଚାରି ଗୋଟି ପଞ୍ଚାୟତର ଅଂଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଣ କରୁଛି | ଛତୁଆ ପାକେଟ୍ ଉପରେ କିଏ, କେବେ ନିର୍ମାଣ କରିଛି କିମ୍ବା ତାର ଏକ୍ସପାଇରି କେବେ ହେବ ସେ ସମ୍ପର୍କରେ କୌଣସି ସୂଚନା ଲେଖା ଯାଉନାହିଁ l ନିମ୍ନମାନର ଓ ପୋକରା ଖାଦ୍ୟ ସାମଗ୍ରୀ ଯୋଗାଣ ଯୋଗୁଁ ହିତାଧିକାରୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି l ସରକାର ଶିଶୁ ଓ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ମାନେ ଆଖିବୁଜି ବସି ରହିଥିବା ଅଭିଯୋଗ ହୁଏ | ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

4 × 1 =