ଭିମସାରରେ କରୋନା ପ୍ରକୋପ ବଢ଼ିଚାଲିଛି: ପୁଣି ସାତ ଜଣ ଡାକ୍ତର ଓ ଦୁଇ ଜଣ ନର୍ସ ସ°କ୍ରମିତ

0 99

ସମ୍ବଲପୁର: ସମଗ ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରରୈ କରୋନା ପ୍ରକୋପ କମ ହେଉନାହିଁ ଓ ନିତିଦିନ ବଢ଼ିଚାଲିଛି । ଏସଙ୍କ୍ରାନ୍ତରେ ମିଳିଥିବା ସୂଚନା ଅନୁସାରେ ଗତକାଲି ସେଠାରେ ପୁଣି ୭ଜଣ ଡାକ୍ତର ଓ ୨ ଜଣ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ଡାକ୍ତରଙ୍କ ପରିବାର ବର୍ଗ ମଧ୍ୟ କରୋନା ପଜିଟିଭ ହୋଇଥିବା ଜଣା ପଡିଛି । ଇତିମଧ୍ୟରେ ସେଠାକାର ମେଡିସିନ ବିଭାଗର ସ୍ଥିତି ଏପରି ଉଦବେଗଜନକ ହୋଇଥିଲା ଯେ ଏହାର ବହିର୍ବିଭାଗର କୁ ସାତଦିନ ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଭିମସାରେ ପ୍ରାୟତଃ ଡାକ୍ତର ଓ ନର୍ସ ମାନେ କରୋନା ଆକ୍ରାନ୍ତ ହେଉଥିବାରୁ ସେଠାରେ ଚିକିତ୍ସା ସେବା ପ୍ରଭାବିତ ହୋଇ ପଡ଼ିଛି । ସେଠାକାର ହାଇ ଡିଫେନସିଭ ୟୁନିଟ ରେ ଚାରିଦିନ ଆଗରୁ ଚିକିତ୍ସାଧୀନ ଜଣେ ରୋଗୀ ହଠାତ କରୋନା ପଜିଟିଭ ଚିହ୍ନଟ ହେବାରୁ ଉକ୍ତ ୟୁନିଟ ସହିତ ସ°ପୃକ୍ତ ୩୯ଙ୍କୁ ସ°କ୍ରମଣ ବ୍ୟାପି ଯାଇଥିଲା । ଏଥିରେ ୧୮ ଜଣ ଡାକ୍ତର, ୭ ଜଣ ସେବିକା ଓ ୧୪ ଜଣ ସ୍ବାସ୍ଥ୍ୟକର୍ମୀ ସ°କ୍ରମିତ ହୋଇଥିଲେ, ତାହା ପରେ ଭିମସାରରେ ସ୍ଥିତି ନିରନ୍ତର ବିଗଡିବାରେ ଲାଗିଛି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

16 − 2 =