ସମ୍ବଲପୁର : ସାଂସଦ ସୁରେଶ ପୂଜାରୀ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ କୋଭିଡ଼ କଟକଣା କୋହଳ କରିବା ପାଇଁ ଓଡ଼ିଆର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସାଂସଦ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ନୂଆଁଖାଇ ଆମ ଓଡ଼ିଶାର ଏକ ବିଶିଷ୍ଟ ଗଣପର୍ବ ଯାହାକି ପୃଥିବୀ ପ୍ରସିଦ୍ଧ ଅଟେ । ଏହି ଏକ କୃଷିଭିତ୍ତିକ ପର୍ବ ହେବା ସହ ଆମ ସଂସ୍କୃତି, ଐତିହ୍ୟ, ଭାତୃତ୍ୱ ତଥା ପରମ୍ପରାର ଏକ ଜୀବନ୍ତ ନିଦର୍ଶନ ମଧ୍ୟ ଅଟେ । ଏହା ସହିତ ସ୍ଥାନୀୟ ଜନସାଧାରଣଙ୍କ ଭାବାବେଗ ଯୋଡ଼ି ହୋଇ ରହିଛି । ଏଣୁ ଯେପରି କୋଭିଡ-୧୯ ମହାମାରୀ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କଟକଣା ଓ ମାର୍ଗଦର୍ଶିକା ପ୍ରଣୟନ କରାଇ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସୁରୁଖୁରୁରେ ପାଳନ କରା ଯାଇ ପାରିଲା, ଠିକ ସେହିପରି ଓଡିଶା ସରକାରଙ୍କୁ ଅନୁରୋଧ ଯେ ସମସ୍ତ ପ୍ରକାର କୋଭିଡ-୧୯ ର କଟକଣା ଓ ମାର୍ଗଦର୍ଶିକା ଭିତରେ ନୂଆଁଖାଇ ପର୍ବର ନୀତିକାନ୍ତି ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଏହି ପର୍ବ ପାଳନ ପାଇଁ ଆବଶ୍ୟକ ସାମଗ୍ରୀ କିଣାବିକା ସକାଶେ ନୂଆଁଖାଇ ତିଥି ଅଗଷ୍ଟ ୨୩ ତାରିଖର ଅବ୍ୟବହିତ ପୂର୍ବରୁ କଟକଣା କୋହଳ କରିବା ପାଇଁ ବ୍ୟବସ୍ଥା କରନ୍ତୁ ।
ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଗରୀବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀମାନଙ୍କୁ ଆଗୁଆ ପ୍ରଦାନର ବ୍ୟବସ୍ଥା କରିବାପାଇଁ ପଦକ୍ଷେପ ଶୀଘ୍ର ନିଅନ୍ତୁ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post