ସାରା ବିଶ୍ୱ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି l ଏହି କରୋନା ମହାମାରୀ ଅନେକ ଲୋକ ମୃତୁ୳ ହେବା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି l ସେହିପରି ଭାବେ ସାରା ଭୁବନେଶ୍ୱର ପରିଚିତ ଯୁବ ସମାଜସେବୀ ମିଲନ୍ ପାଇକରାୟ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି l ସେଥିପାଇଁ ସେ ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥ, ମହାବୀର ଓ ସାଇନାଥଙ୍କ ନିକଟରେ ଚିରଋଣୀ ହେବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଦାୟିତ୍ୱ ସମ୍ପାଦକ କରୁଥିବା ପ୍ରଶାସକ ମାନଙ୍କୁ ଧନ୍ୟବାଦ ଦେବା ସହ ସେଠାରେ ଡାକ୍ତର, ନର୍ସ ମାନଙ୍କୁ ବ୍ୟବହାର, ସେବା ଓ ସରକାରଙ୍କ ତରଫରୁ ହୋଇଥିବା ସୁବ୍ୟବସ୍ଥା ଯୋଗୁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି l ନୟାପଲ୍ଲୀ ୱାର୍ଡ ନଂ -୩୯ ଅଧିନରେ ଥିବା ଶାସ୍କୀନଗର, ନୂଆସହି , ବାଲିତୋଟା ସହି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀ ପାଇକରାୟ ବେଶ ପରିଚିତ l ସେ ଧନୀ ଗରିବ , ରାତି ଦିନ କିଛି ବିଚାର ନ କରି ଯିଏ ଯେଉଁ ମୁହୂର୍ତରେ ତାଙ୍କୁ ଖୋଜିଛି , ସେ କିଛି ବାଛବିଚରା ନକରି ଲୋକ ମାନଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି l ଯାହା ଫଳରେ ଗତ ବି,ଏମ, ସି ନିର୍ବାଚନରେ ସ୍ୱଧୀନ ପ୍ରାଥୀ ଭାବେ ନିର୍ବାଚନ ଲଢ଼ି ଦ୍ୱତୀୟ ସ୍ଥାନ ଅଧିକାର କରି ନିକଟତମ ପ୍ରତୀଦ୍ୱୟଙ୍କଠାରେ ଅଳ୍ପ ଵେବଧାନ ରେ ପରସ୍ତ ହୋଇଥିଲେ l ଲଗଡାଉନ ଠାରୁ ଆରମ୍ଭ କରି କୋଭିଡ଼ ହସ୍ପିଟାଲଙ୍କୁ ଚିକିତ୍ସା ପାଇଁ ଯିବା ପୂର୍ବରୁ ସେ ଦୁଇ ତିନି ପଯ୍ୟାୟରେ ବସ୍ତି ବାସିନ୍ଧା ଭାଇ ଭଉଣୀ ଓ କିଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦ୍ୟସ ମାନଙ୍କୁ ନିଜ ତରଫରୁ ଶୁଖିଲା ଖାଦ୍ୟ , ରନ୍ଧା ଖାଦ୍ୟ , ମାସ୍କ , ସାବୁନ ପ୍ରଦାନ କରିବା ସହ ପ୍ରତ୍ୟକ ଘର ବୁଲି ବୁଲି ସାନିଟାଇଜର ମଧ୍ୟ କରିଛନ୍ତି l ତା ସହିତ ମଧ୍ୟ ବିଧାୟକଙ୍କୁ ଲିଖିତ ଅନୁରୋଧ କରି ୱାର୍ଡ ନଂ -୩୯ ର ଶାସ୍କୀନଗର, ନୂଆସହିରେ ଦୁଇଟି ଅସ୍ଥିୟ କୋଭିଡ ଟେଷ୍ଟ କ୍ୟାମ୍ପ କରିବା ସହ ସମ୍ପୂର୍ଣ ଅଞ୍ଚଳକୁ ସାନିଟାଇଜର ମଧ୍ୟ କରିଛନ୍ତି l ଏଥିପାଇଁ ନିଜ ତରଫରୁ ଓ ଅଞ୍ଚଳବାସି ତରଫରୁ ଓ ଅଞ୍ଚଳବାସିଙ୍କ ତରଫରୁ ବିଧାୟକଙ୍କୁ ସେ ଧନ୍ୟବାଦ ଜାଣିଛନ୍ତି l କୋଭିଡ ସମୟରେ ଅଞ୍ଚଳବାସୀଙ୍କ ପାଇଁ ବହୁ କାମ କଲାପରେ ଅଜାଣତାରେ କାହା ସାମାନ୍ୟରାମ ସସ୍ପଶରେ ଆସି ନିଜେ କରୋନା ଆକ୍ରନ୍ତ ହୋଇଥିଲେ l କିନ୍ତୁ ବି, ଏମ, ସି , ପକ୍ଷରୁ ତାଙ୍କୁ ଫୋନ କରି କୁହାଯାଇଥିଲା l ଯେ ହୋମ ଆଇସୋଲେସନ ରହି ଚିକିତ୍ସା ହେବା ପାଇଁ l କିନ୍ତୁ ତାଙ୍କ ପାଇଁ ତାଙ୍କ ପରିବାର କିମ୍ବା ପାଖପୋଡ଼ସି କାହରବି କିଛି ଅସୁବିଧା ନ ହେଉ ସେଥିପାଇଁ ସେ କୋଭିଡ ସେଣ୍ଟରକୁ ଯିବା ପାଇଁ ବି, ଏମ, ସି କୁ ଅନୁରୋଧ କରି ହାଇଟେକ କୋଭିଡ କେୟାର ସେଣ୍ଟଙ୍କୁ ଯାଇଥିଲେ l ସେ ଚିକିତ୍ସାଧିନ ତାଙ୍କୁ ଆଶୁ ଆରୋଗ୍ୟ କାମନା କାରି ଫୋନ, ହ୍ଵାଟ୍ସଆପ୍ ଗ୍ରୁପ , ଓ ନିଜ ହ୍ଵାଟ୍ସଆପ୍ ରେ ସମବେଦନା ଜଣାଇଥିଲେ l ଅଞ୍ଚଳ ଓ ଅଞ୍ଚଳ ବାହାର ଜନସାଧାରଣଙ୍କୁ ସେ ଧନ୍ୟବାଦ ଜାଣିଛନ୍ତି l ଆଗାମୀ ଦିନରେ ପୁର୍ନବାର ଲୋକମାନଙ୍କ ସେବା କରିବା ଜାରି ରଖିବେ ବୋଲି ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି l ଯେକୌଣସି ଘଟଣାର ସତ୍ୟାସତ୍ୟ ନଥାଇ ଅଯଥା କୌଣସି ନାମରେ ମିଥ୍ୟା ଅପ୍ରଚାର ନ କରିବା ପାଇଁ ଅଞ୍ଚଳରେ କିଛି କିଚକ୍ରୀ ଓ ରାଜନୈତିକ ଗୋଷ୍ଠୀକୁ ଶ୍ରୀ ପାଇକରାୟ ଅନୁରୋଧ କରିଛନ୍ତି l