ବୌଦ୍ଧ,୧୦/୮ – ଆଜି ସାତ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ କହିବା କଥା ଅନୁଯାୟୀ ଏ ସବୁ ପଜିଟିଭ ମାନଙ୍କୁ ବୌଦ୍ଧବ୍ଲକ ଅନ୍ତର୍ଗତ ନାରାୟଣନଗର ଗ୍ରାମରୁ ଗତ ୬ ତାରିଖରେ ଚିହ୍ନଟ ହେବା ପରେ ବୌଦ୍ଧ କୋଭିଡ ହେଲଥ ସେଣ୍ଟରକୁ ଅଣାଯାଇଥିଲା । କେବଳ ରାଜ୍ୟସ୍ତରରେ ଆଜି ଔପଚାରିକ ଭାବେ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଘୋଷିତ ୭ ପଜିଟିଭଙ୍କ ସମ୍ପର୍କରେ ଗତ ୭ ତାରିଖରୁ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଗତକାଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ବିରଞ୍ଚି ଧରୁଆ ବୌଦ୍ଧରେ ୨୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।