ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ୪୧ ୟୁନିଟ ରକ୍ତ ସଂଗ୍ରହ

0 585

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପୂର୍ଣଚନ୍ଦ୍ର ଉଚ୍ଚ଼ ବିଦ୍ୟାଳୟ ପରିସରରେ ରବିବାର ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ପଦ୍ମନପୁର ପଂଚାୟତ ସରପଞ୍ଚ ପ୍ରତାପ କିଶୋର ପରିଡ଼ା ଓ ମୁଣ୍ଡପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଜୋନାଲ ସଭାପତି ଅଶୋକ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମୃତ୍ୟୁଞ୍ଜୟ ମିଶ୍ର, ପଦ୍ମନପୁର ସମିତି ସଭ୍ୟ ସୁଶୀଳ କୁମାର ଦୀପ ଯୋଗଦେଇ ରକ୍ତଦାତାଙ୍କୁ ଉତଛାହିତ କରିଥିଲେ । ସନ୍ତୋଷ ଦାସ, ସୁମନ୍ତ ନାଏକ, ପ୍ରତାପ ପରିଡ଼ା, ରବିନ୍ଦ୍ର ବାରିକ, ପ୍ରକାଶ ରଣା, ବ୍ରଜେଶ ସ୍ୱାଇଁ, ରାଜେଶ ସ୍ୱାଇଁ, ପ୍ରଶାନ୍ତ ପରିଡ଼ା ପ୍ରମୁଖ ରକ୍ତ ଦେଇଥିଲେ ।ଏହି ଶିବିରରେ ସମୁଦାୟ ୪୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଡାକ୍ତର ମଳୟ କୁମାର ସାହୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =