ୱାଶିଂଟନ୍ :ଆମେରିକାର ଅଲିମ୍ପିକ୍ ଚାମ୍ପିଅନ୍ ସ୍ୱିମର୍ କେଟି ଲେଡେକିଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି । ଲେଡେକି ଏକ ଦୁଗ୍ଧ କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନରେ ସାମିଲ୍ ହୋଇ ଜଣେ ପେସାଦାର ସ୍ୱିମର୍ ଭାବେ ପୁଲ୍ରେ ତାଙ୍କ ସନ୍ତୁଳନର ଅପୂର୍ବ ନିଦର୍ଶନ କରିଛନ୍ତି । ୧୫ ଥରର ବିଶ୍ୱ ଚାମ୍ପିଅନ୍ ତଥା ୫ ଥର ଅଲିମ୍ପିକ୍ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ୨୩ ବର୍ଷୀୟା ସ୍ୱିମର୍ ଲେଡେକି ତାଙ୍କ ମୁଣ୍ଡରେ ଏକ ଚକୋଲେଟ୍ ମିଶା କ୍ଷୀର ଗ୍ଲାସ୍ ରଖି ପୁଲ୍ର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ପହଁରିଥିବା ବେଳେ ଗୋଟିଏ ବି ବୁନ୍ଦା ତଳେ ପଡ଼ିବାକୁ ଦେଇ ନ ଥିଲେ । ୪୦୦ ମିଟର ଓ ୮ ଶହ ମିଟର ଫ୍ରିଷ୍ଟାଇଲ୍ରେ ବିଶ୍ୱ ରେକର୍ଡର ଅଧିକାରୀ ଲେଡେକି ମିଲ୍କ ପ୍ରୋସେସର୍ ଏଜୁକେଶନ୍ ପ୍ରୋଗ୍ରାମ୍ର “ଗଟ୍ ମିଲ୍କ ଚ୍ୟାଲେଞ୍ଜ୍’ରେ ଏହି ଚମକ୍ରାର ସନ୍ତୁଳନର ନମୁନା ଦେଇଛନ୍ତି । ଏହି କ୍ୟାମ୍ପେନ୍ରେ ପୂର୍ବତନ ୟୁଏସ୍ ଓପନ୍ ଚାମ୍ପିଅନ୍ ସ୍ଲୋନ୍ ଷ୍ଟିଫେନ୍ସ ମଧ୍ୟ ସାମିଲ୍ ହୋଇ ଗୋଟିଏ ହାତରେ କ୍ଷୀର ଗ୍ଲାସ୍ ଧରିବା ସହ ଅନ୍ୟ ହାତରେ ଟେନିସ୍ ବଲ୍କୁ ଷ୍ଟ୍ରାଇକ୍ କରୁଥିବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା ।