ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ୧୬୦ୟୁନିଟ ରକ୍ତ ସଂଗ୍ରହ

0 239

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡର ବେଲପଡା ବ୍ଲକ ସ୍ଥିତ ଧୁମାଭଟା ବୀଣାପାଣି ମହାବିଦ୍ୟାଳୟଠାରେ ବିଜୁ ଜନତା ଦଳ ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଓ ମହିଳା ଓ ଶିଶୁ ବିକାଶ, ମହିଳା ସଶକ୍ତିକରଣ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେର ଦ୍ୱୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କରୋନାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଏହାର ସଠିକ ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡିଶାରେ ଯେପରି ରକ୍ତ ସଂକଟ ଦେଖାନଯିବ ସେଥିପାଇଁ ଏହି ରକ୍ତଦାନ ଶିବିର କରାଯାଇଥିଲା । ଉକ୍ତ ଶିବିରରେ ୧୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବୀଣାପାଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗ ଏବଂ ତାଙ୍କ ସମସ୍ତ ସହଯୋଗୀ ସଂପୂର୍ଣ୍ଣ ରୂପେ ସହଯୋଗ କରିଥିଲେ । ଏହି ଶିବିରରେ ବିଜୁ ଯୁବବାହିନୀର ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ି ଉକ୍ତ ଶିବିରକୁ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

8 − 4 =