ଚିଲାଖଣ୍ଡି ପୋଲ ଉପରେ ଦୁର୍ଘଟଣା, ସାତ ଘଣ୍ଟା ଧରି ରାସ୍ତା ଜାମ୍

0 1,641

hiring

ବୌଦ୍ଧ – ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ହରେକୃଷ୍ଣପୁର ଗ୍ରାମ ନିକଟରେ ଚିଲାଖଣ୍ଡି ପୋଲ ଉପରେ ଗୋଟିଏ ଇଟା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ସାତ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍ ହୋଇ ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ 11 ଘଣ୍ଟା ସମୟରେ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ହରେକୃଷ୍ଣପୁର ଚିଲାଖଣ୍ଡି ପୋଲ ଉପରେ ଗୋଟିଏ ପାର୍ଶ୍ବକୁ ଓଲଟି ପଡି ପୋଲ ବାଡାରେ ଝୁଲି ରହିଥିଲା l ପୋଲଟି ସଂକୀର୍ଣ୍ଣ ଥିବା ଯୋଗୁଁ ଜାତୀୟ ରାଜପଥ ନମ୍ବର୍ 57 ରେ କୌଣସି ଗାଡି ଯିବା ଆସିବା ହୋଇ ପାରିନଥିଲା l ପୋଲର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା l ଖବର୍ ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଂଚି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କ୍ରେନ୍ ଓ ଜେସିବି ସାହାଯ୍ୟରେ ପୋଲ ଉପରୁ କାଢିବା ପରେ ଆଜି ସକାଳ ପ୍ରାୟ 6 ଘଣ୍ଟା ସମୟରେ ଯାନବାହାନ ଚଳାଚଳ ସମ୍ଭବ ହୋଇଥିଲା |
ଚିଲାଖଣ୍ଡି ପୋଲ ସଂକୀର୍ଣ୍ଣ ଓ ଭଗ୍ନ ଅବସ୍ଥାକୁ ଚାଲି ଆସିଥିବା ବେଳେ ପ୍ରତିବର୍ଷ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ଗଲାଣି l ପାର୍ଶ୍ବରେ ଏକ ନୂତନ ପୋଲ ଦୁଇ ବର୍ଷ ହେଲା ନିର୍ମାଣ କାମ ଆରମ୍ଭ ହୋଇ ସମ୍ପୁର୍ଣ ହୋଇ ଥିଲେ ମଧ୍ୟ ଉଭୟ ପାର୍ଶ୍ବର ରାସ୍ତା ସଂଯୋଗ କାମ ହୋଇ ପାରିନାହିଁ l ସେଥିପାଇଁ ଜାତୀୟ ରାଜପଥ ବିଭାଗର ଅଧିକାରୀ ମାନେ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ରେ ବହୁ ଦିନରୁ ଦାବୀ ହେଉଛି l କର୍ତୃପକ୍ଷ ସେ ଦିଗରେ କୌଣସି ପଦକ୍ଷେପ ନେଉନଥିବା କାରଣରୁ ଅନେକ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୁଏ |

hiranchal ad1
Leave A Reply

Your email address will not be published.

8 − 2 =