ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଶାଖା ପକ୍ଷରୁ ଦାବିପତ୍ର

0 563

ବୌଦ୍ଧ,୧୨/୮- ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଜି ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ଆବାହକ କେଶବାନନ୍ଦ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ପୂର୍ବରୁ କାମ କରିଥିବା ଇପିଏଫ ପେନସନରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ସର୍ବନିମ୍ନ ମାସିକ ଭତ୍ତା ୯ହଜାର ଟଙ୍କା ପ୍ରଦାନ କରିବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ ପ୍ରଦାନ କରିବା, ସମସ୍ତ ଇପିଏଫ ପେନସନ ଭୋଗୀଙ୍କୁ ଚିକିତ୍ସା ଭତ୍ତା କିମ୍ବା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲକରି ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା, ସମସ୍ତ ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ଦାବିକରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ସୁଚନାଯୋଗ୍ୟ ଯେ ବୌଦ୍ଧଜିଲ୍ଲାର ବିଭିନ୍ନ ବିଭାଗରେ କାମ କରିଥିବା ୨ହଜାର ଇପିଏଫ ପେନସନଭୋଗୀ ରହିଥିବାବେଳେ ରାଜ୍ୟରେ ୧ଲକ୍ଷ ୬୨ହଜାର ଇପିଏଫ ପେନସନ ଭୋଗୀ ରହିଛନ୍ତି । ସେହିଭଳି ସାରାଦେଶରେ ପ୍ରାୟ ୬୬ଲକ୍ଷ ଇପିଏଫ ପେନସନଭୋଗୀ ରହିଥିବାବେଳେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବର୍ତ୍ତମାନସୁଦ୍ଧା କାର୍ଯ୍ୟକାରୀ କରାଯାଇନାହିଁ ।

hiranchal ad1
Leave A Reply

Your email address will not be published.

eleven − 2 =