ରାଜସ୍ଥାନ ରୟାଲ୍ସ କୋଚ୍‌ଙ୍କୁ କରୋନା

0 60

ନୂଆଦିଲ୍ଲୀ : ଆଇପିଏଲ୍‌ର ଅନ୍ୟତମ ଫ୍ରାଞ୍ଚାଇଜ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବୁଧବାର ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଇପିଏଲ୍‌ ଦଳଗୁଡ଼ିକ ଭିତରୁ କେହି କରୋନା ପଜିଟିଭ୍‌ ଚିହ୍ନଟ ହେବା ଏହା ପ୍ରଥମ । ଆଗକୁ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ହେବାକୁ ଥିବା ବେଳେ ଜଣେ କୋଚ୍‌ ପଜିଟିଭ୍‌ ଚିହ୍ନଟ ହେବା ଦଳପାଇଁ ଚିନ୍ତାର କାରଣ ହୋଇଛି । ଏଥର ଟୁର୍ଣ୍ଣାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ । ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ । ଭାରତରେ କରୋନା ସଂକ୍ରମଣ ସ୍ଥିତି ଗୁରୁତର ହୋଇପଡ଼ିଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରିବା ଲଗି ବିସିସିଆଇ ବାଧ୍ୟ ହୋଇଛି । ଏଥିପାଇଁ କେନ୍ଦ୍ର ସରକାର ଉଭୟ ବିସିସିଆଇ ଓ ଏମିରେଣ୍ଟସ କ୍ରିକେଟ୍‌ ବୋଡର଼୍କୁ ଲିଖିତ ଅନୁମୋଦନ ପ୍ରଦାନ କରିସାରିଛନ୍ତି ।
ଆଇପିଏଲର ୧୩ତମ ସିଜିନ୍‌ ଚଳିତ ବର୍ଷ କରୋନା ଭାଇରସ ପାଇଁ ୟୁଏଇରେ ଖେଳାଯିବ । ଦୁବାଇର ତିନୋଟି ସହର ଆବୁଧାବି, ଦୁବାଇ ଓ ଶାରଜାହରେ ସେପ୍‌ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ମ୍ୟାଚ୍‌ ଖେଳାଯିବ । ଖବର ଅନୁସାରେ, ଆଇପିଏଲ ଚେୟାରମ୍ୟାନ ବ୍ରିଜେସ ପଟେଲ, ବିସିସିଆଇର ଅନ୍ତରୀଣ ସିଇଓ ହେମଙ୍ଗ ଅମିନ ଓ ଆଇପିଏଲର ସିଓଏ ୟୁଏଇ ଗସ୍ତ କରିବେ । ସେମାନେ ସେଠାକାର ହୋଟେଲରେ ୬ ଦିନ କ୍ୱାରେଣ୍ଟ।।ଇନରେ ରହିବେ । ଏହାପରେ ସେମାନେ ବିଭିନ୍ନ ସ୍ଥାନ ଗସ୍ତ କରିବେ ।
ବିସିସଆଇକୁ ୟୁଏଇରେ ଆଇପିଏଲ ଆୟୋଜନ ନେଇ ଗ୍ରୀନ ସିଗନାଲ୍‌ ମିଳିଛି । ଲିଗରେ ଚଳିତ ବର୍ଷ ନୂଆ ଟାଇଟଲ୍‌ ପ୍ରାୟୋଜକ ଦେଖିବାକୁ ମିଳିବ । କାରଣ ଭିଭୋ ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ନୂଆ ପ୍ରାୟୋଜକ ପାଇଁ ବିସିସଆଇ ଆବେଦନ ଆମନ୍ତ୍ରିତ କରିଛି । ଯାହାର ଶେଷ ତାରିଖ ହେଉଛି ଅଗଷ୍ଟ ୧୪ ।

hiranchal ad1
Leave A Reply

Your email address will not be published.

3 × 1 =