ଆସୁଛି ଆଉ ଏକ ଲଘୁଚାପ, ବଢିବ ବର୍ଷା

0 128

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ଦୁଇଦିନ ତିନି ପର୍ଯ୍ୟନ୍ତ ବର୍ଷା ବଢିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମବଙ୍ଗ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏହି ବର୍ଷା ସମ୍ଭାବନାକୁ ବଢାଇ ଦେଇଛି ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପର ପ୍ରଭାବରେ ଉତ୍ତର ଅଭ୍ୟାନ୍ତରିଣ ଓଡିଶାର ଅଧିକାଂଶ ସ୍ଥାନରେ କାଲିଠାରୁ ବର୍ଷା ସମ୍ଭାବନା ରହିଛି । ବାକି ଅଂଚଳରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ୧୫ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ କମିବା ସହିତ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ସୁରେନ୍ଦ୍ରନାଥ ପଶୁପାଳକ ।

hiranchal ad1
Leave A Reply

Your email address will not be published.

12 − 6 =