ବଲାଙ୍ଗୀର ଜିଲ୍ଲା ପୁଣି ୩୧ ପଜିଟିଭ ଚିହ୍ନଟ

0 125

ବଲାଙ୍ଗୀର : ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ଭିତରେ ଜିଲ୍ଲାରୁ କୋଭିଡ଼ ୧୯ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୩୧ ଜଣ । ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଖ୍ୟା ପହଞ୍ଚିଛି ୭୫୪, ସେମାନଙ୍କ ମଧ୍ୟରୁ ୪୩୦ଜଣଙ୍କ ସୁସ୍ଥ ହୋଇଛନ୍ତି । ୩୨୪ ସକ୍ରୀୟ ଚିକିତ୍ସିତ ହେଉଛନ୍ତି । ଆଜି ବଲାଙ୍ଗୀର ମ୍ୟୁନିସିପାଲଟିର ଶାନ୍ତିପଡ଼ାରୁ ୬ଜଣ, ବେହେରାପାଲି , ରାଜେନ୍ଦ୍ର କଲେଜ ଛକ,ରାମେଶ୍ୱର ନଗର, ବିବିସିଏଚ କ୍ୱାର୍ଟରରୁ ଜଣେ ଲେଖାଏଁ ଓ ପେଲୋସଲାଇନରୁ ୨ଜଣ ସହ ଭୀମଭୋଇ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିିଟାଲର ଜଣେ କିରାନୀ ଅଛନ୍ତି । ଆଗଲପୁର ବ୍ଳକରୁ ୭, ଖପ୍ରାଖୋଲ ବ୍ଳକରୁ ୨, ଦେଓଗାଁ ୧, ବଲାଙ୍ଗୀର ସଦର ବ୍ଳକରୁ ୨ ସଂକ୍ରମିତ ହୋଇଚନ୍ତି । ଜିଲ୍ଲାର ଅନ୍ୟତମ ସହର ଟିଟିଲାଗଡ଼ ଠିକାଦାର ପଡ଼ାରୁ ୪ଜଣ ଅଛନ୍ତି । ତେବେ ୮ଜଣ ସ୍ଥାନୀୟ ସଂକ୍ରମଣର ଶିକର ହୋଇଥିବା ବେଳେ ଅନ୍ୟ ସମସ୍ତ ରୋଗୀ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି । ୩୧ଜଣ ମଧ୍ୟରେ ୯ମହିଳା ଓ ଜଣେ ୫ବର୍ଷର ପୁଅପିଲା ସହ ବାକି ୨୧ଜଣ ପୁରୁଷ ଅଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ଚିହ୍ନଟ ୩୧ ମଧ୍ୟରୁ ୧୯ ସହରାଂଚଳରୁ ଓ ଅନ୍ୟ ୧୨ଗ୍ରାମାଞ୍ଚଳ ।

hiranchal ad1
Leave A Reply

Your email address will not be published.

8 + 6 =