ନାଡା ଓ ୟୁଏଇ ମିଳିତ ଭାବେ କରିବେ ଆଇପିଏଲ୍‌ ଖେଳାଳିଙ୍କ ଡୋପ୍‌ ଟେଷ୍ଟ

0 81

ନୂଆଦିଲ୍ଲୀ : ଚଳିତ ବର୍ଷର ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଭାବେ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍‌ ସମୟରେ ଖେଳାଳିମାନଙ୍କର ନିୟମିତ ଡୋପ୍‌ ଟେଷ୍ଟ ହେବ । ଏହି କାର୍ଯ୍ୟକୁ ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଏବଂ ୟୁଏଇର ନ୍ୟାସନାଲ୍‌ ଆଣ୍ଟି ଡୋପିଂ କମିଟି ମିଳିତ ଭାବେ ସମ୍ପାଦନ କରିବେ । ସେମାନେ କ୍ରିକେଟରମାନଙ୍କର ନମୂନା ସଂଗ୍ରହ କରି ପରୀକ୍ଷା କରିବେ । ଏହାଦ୍ୱାରା ଆଇପିଏଲ୍‌ ଏକ ବଡ଼ ସମସ୍ୟାରୁ ମୁକ୍ତ ରହିପାରିବ । ଏଥର ଭାରତ ପରିବର୍ତ୍ତେ ଏମିରେଟ୍ସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରାୟ ଅଧିକାଂଶ ସମୟରେ ଖେଳାଳିମାନେ ନିଷିଦ୍ଧ ମାଦକ ଦ୍ରବ୍ୟ ବ୍ୟବହାର କରୁଥିବାର ନଜିର ରହିଛି । ପରବର୍ତ୍ତୀ ସମୟରେ ଧରାପଡ଼ି ଦଣ୍ଡିତ ମଧ୍ୟ ହୋଇଛନ୍ତି । ତେବେ ଏଥିଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥାଏ । ସେ ଦୃଷ୍ଟିରୁ ଆଗୁଆ ପଦକ୍ଷେପ ସ୍ୱରୂପ ଦୁଇ ଦେଶ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍‌ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିବ । ଖେଳାଳିମାନଙ୍କ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସର ଡୋପିଂ ଏଜେନ୍ସିର ଏସ୍‌ଓପି ଲାଗୁ କରାଯିବ । ଏହାକୁ ସମସ୍ତେ ମାନିବାକୁ ବାଧ୍ୟ । ଖେଳାଳିମାନଙ୍କୁ ପରିସ୍ରା ନମୂନା ସଂଗ୍ରହ କରି ଦୁଇ ଏଜେନ୍ସି ପରୀକ୍ଷା କରିବେ । ଯଦି କେହି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ସେ କ୍ଷେତ୍ରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଦୁଇ ଏଜେନ୍ସି ମଧ୍ୟରେ ବ୍ୟାପକ ଆଲୋଚନା ହୋଇସାରିଛି । ସେହିପରି, ଖେଳ ଶେଷ ହେବା ପର୍ଯ୍ୟନ୍ତ ସମସ୍ତେ କରୋନା ନିୟମ ମାନିବାକୁ ବାଧ୍ୟ । ଖେଳାଳି ଓ କର୍ମକର୍ତ୍ତାମାନଙ୍କର ନିୟମିତ କୋଭିଡ୍‌ ଟେଷ୍ଟ କରାଯିବ । ଫଳରେ ସେ ନେଇ ଖେଳ ମଝିରେ ସମସ୍ୟା ଦେଖାଦେବ ନାହିଁ । ଉଭୟ ଦେଶ ଆଇପିଏଲ୍‌କୁ ସଂପୂର୍ଣ୍ଣ ବିବାଦମୁକ୍ତ ଓ କରୋନାଜନିତ ସମସ୍ୟାମୁକ୍ତ କରିବା ପାଇଁ ଚୂଡ଼ାନ୍ତ କଥାବାର୍ତ୍ତା ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty + 13 =