ନିଜସ୍ୱ ନେଟ୍‌ ବୋଲର ନେବେ ଆଇପିଏଲ୍‌ ଟିମ୍‌

0 93

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସକୁ ଆଇପିଏଲ୍‌ ଟିମ୍‌ଗୁଡ଼ିକ ନିଜସ୍ୱ ନେଟ୍‌ ବୋଲରମାନଙ୍କୁ ନେବା ଲାଗି ଯୋଜନା କରିଛନ୍ତି । ଲୋକାଲ୍‌ କ୍ରିକେଟ୍‌ ଖେଳାଳି ପରିବର୍ତ୍ତେ କେତେକ କାରଣରୁ ନିଜର ନେଟ୍‌ ବୋଲରଙ୍କୁ ନେବାକୁ ଏଥର ଟିମ୍‌ଗୁଡ଼ିକ ଅଧିକ ନିରାପଦ ମନେ କରୁଛନ୍ତି । କେତେକ ଟିମ୍‌ର କର୍ମକର୍ତ୍ତା ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ, ଲୋକାଲ୍‌ କ୍ରିକେଟରମାନଙ୍କୁ ନେଲେ କେତେକ ବିପଦ ଦେଖାଦେଇପାରେ । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଇପିଏଲ୍‌ ସମୟରେ ଯେପରି କୌଣସି ଖେଳାଳି ସଂକ୍ରମିତ ନହୁଅନ୍ତି ତାହାକୁ ସୁନିଶ୍ଚିତ କରିବା ପାଇଁ ଟିମ୍‌ଗୁଡ଼ିକ ସବୁପ୍ରକାର ସତର୍କତା ଅବଲମ୍ବନ କରିବେ । ଟୁର୍ଣ୍ଣାମେଣ୍ଟ ୫୩ ଦିନ ଧରି ଚାଲିବ । ଭାଗ ନେବାକୁ ଥିବା ଆଠୋଟିଯାକ ଦଳ ସେମାନଙ୍କର ନିଜ ନେଟ୍‌ ବୋଲର ବ୍ୟବସ୍ଥା କରିବେ । ତା’ସହିତ ସେମାନେ ଆଇପିଏଲ୍‌ର ସ୍ୱାସ୍ଥ୍ୟ ପ୍ରୋଟୋକଲ୍‌ ମଧ୍ୟ ପାଳନ କରିବାକୁ ବାଧ୍ୟ । ଏ କ୍ଷେତ୍ରରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × three =