ଧୋନିଙ୍କର କୋଭିଡ୍‌ ଟେଷ୍ଟ

0 86

ନୂଆଦିଲ୍ଲୀ : ଆଇପିଏଲ୍‌ ପାଇଁ ସବୁ ଅଂଶଗ୍ରହଣକାରୀ ଦଳଗୁଡ଼ିକର ଖେଳାଳିମାନଙ୍କର କୋଭିଡ୍‌ ଟେଷ୍ଟ ହେବ । ଏହି ପ୍ରକ୍ରିୟା ଇତିମଧ୍ୟରେ ଅରମ୍ଭ ହୋଇଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ଯିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ । ଚେନ୍ନାଇ ସୁପରକିଙ୍ଗ୍‌ସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯାଇଛି । ସିମାଲିଆଠାରେ ଥିବା ଫାର୍ମ ହାଉସ୍‌ରୁ ଧୋନିଙ୍କଠାରୁ ନମୂନା ସଂଗ୍ରହ କରାଯାଇଛି । ଗୁରୁ ନାନକ ହସ୍ପିଟାଲର ଏକ ଲବ୍ରୋଟୋରୀରେ ତାଙ୍କ ନମୂନାର ପରୀକ୍ଷା କରାଯାଇଛି । ଧୋନିଙ୍କ ଛଡ଼ା ସିଏସ୍‌କେ ଖେଳାଳି ମନୁ କୁମାର ସିଂ ମଧ୍ୟ ହସ୍ପିଟାଲ ଅଧିକାରୀଙ୍କୁ ତାଙ୍କର ନମୂନା ପ୍ରଦାନ କରିଛନ୍ତି । ସିଏସ୍‌କେ ଏକ ପାଞ୍ଚଦିନିଆ କ୍ୟାମ୍ପ ଆୟୋଜନ କରିବା ଲାଗି ଯୋଜନା କରିଛି । ଧୋନି ଆଇପିଏଲ୍‌ ଖେଳିବା ନିଶ୍ଚିତ ହୋଇସାରିଥିବାରୁ ତାଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରୟାସ କରାଯାଉଛି । ସୂଚନାଯୋଗ୍ୟ, ଅଗଷ୍ଟ ୨୧ ସୁଦ୍ଧା ଦଳ ୟୁଏଇ ଅଭିମୁଖେ ଯାତ୍ରା କରିବ ବୋଲି ବିଶ୍ୱନାଥ କହିଛନ୍ତି । ସେଠାରେ ପହଞ୍ôଚବା ପରେ ଦଳ ଦୁବାଇରେ ବେସ୍‌ କ୍ୟାମ୍ପ କରିବ ଓ ସେଠାରୁ ମ୍ୟାଚ୍‌ ଖେଳିବାକୁ ଅନ୍ୟ ଦୁଇଟି ଭେନ୍ୟୁ ଯଥା ଆବୁଧାବି ଓ ଶାରଜାକୁ ଯିବ । ଚେନ୍ନାଇରୁ ଦଳ ସହ ୮ରୁ ୧୦ ନେଟ୍‌ ବୋଲର ୟୁଏଇ ଯିବେ ବୋଲି ବିଶ୍ୱନାଥ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − six =