ଆଇପିଏଲ୍‌-୨୦ ଯଥେଷ୍ଟ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ

0 75

ଲଣ୍ଡନ: ଚଳିତ ବର୍ଷର ଆଇପିଏଲ୍‌ ତୁଳନାତ୍ମକ ଭାବେ ଅଧିକ ସୁରକ୍ଷିତ ଓ ଦୁର୍ନୀତିମୁକ୍ତ ରହିବ । କାରଣ ବିସିସିଆଇର ଦୁର୍ନୀତି ନିବାରଣ ବିଭାଗ ଏ ଦିଗରେ ସବୁ ପ୍ରକାର ଯତ୍ନ ନେଉଛି । ବୋଡର଼୍ର ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟ ଅଜିତ୍‌ ସିଂ ଶୁକ୍ରବାର ଏହି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ୍‌ ସମ୍ପୂର୍ଣ୍ଣ ନିରାପଦ ଓ ସୁରକ୍ଷିତ ରହିବ ବୋଲି କେହିବି ଦାବି କରିପାରିବେ ନାହିଁ । କିନ୍ତୁ ତୁଳନାତ୍ମକ ଦୃଷ୍ଟିରୁ ଏହା ପୂର୍ବାପେକ୍ଷା ଯଥେଷ୍ଟ ସୁରକ୍ଷିତ ଓ କଳଙ୍କମୁକ୍ତ ରହିବ ବୋଲି କୁହାଯାଇପାରିବ । କାରଣ ଆଇପିଏଲ୍‌ ସମୟରେ ଦଳ ସେଗୁଡ଼ିକର କର୍ମକର୍ତ୍ତା ଏବଂ ବାହାର ଲୋକଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇପାରିବ ନାହିଁ । ଏହାକୁ ସୁନିଶ୍ଚିତ କରାଯାଇଛି । ଏଥର ଆଇପିଏଲ୍‌ ବିଗତବର୍ଷଗୁଡ଼ିକ ତୁଳନାରେ ଅଧିକ ସୁରକ୍ଷିତ ଓ ବିବାଦମୁକ୍ତ ରହିବା ନିଶ୍ଚିତ । ଏ ଦିଗରେ ବୋଡର଼୍ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ଏଥର ସଂଯୁକ୍ତ ଆରବ ଏମିରେଟ୍ସରେ ୫୩ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଯେଉଁ ଷ୍ଟାଡ଼ିୟମଗୁଡ଼ିକରେ ଖେଳ ହେବ ସେଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏକ ଭିନ୍ନ ପରିସ୍ଥିତିରେ ଏଥର ଆଇପିଏଲ୍‌ ଖେଳାଯାଉଥିବାରୁ ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସମସ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେପରି କୌଣସି ବିଭ୍ରାଟ କିମ୍ବା ବେନିୟମ କାର୍ଯ୍ୟ ନହୁଏ, ସେଥିପ୍ରତି ଧ୍ୟାନ ଦିଆଯାଉଛି । କୌଣସି ପ୍ରକାର ବିବାଦ ସୃଷ୍ଟିକାରୀ କାର୍ଯ୍ୟରେ ଲିପ୍ତ ନରହିବା ପାଇଁ ଦଳଗୁଡ଼ିକୁ ସତର୍କ କରାଇ ଦିଆଯାଇଛି । ସଂଯୁକ୍ତ ଆରବ ଏମିରେଟ୍ସ ସରକାର ମଧ୍ୟ ଏ ଦିଗରେ ବିସିସିଆଇକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

17 − sixteen =