କିଛି ଦିନର ନିରବତା ପରେ ପୁଣି ସ୍ଥିତି ଜାହିର କଲା ମାଓ ସଂଗଠନ : କ.ନୂଆଗାଁ ଥାନା ଅଞ୍ଚଳରେ କେକେବିଏନ ମାଓ ସଂଗଠନର ବ୍ୟାନର ଜାରି
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଦାରିଙ୍ଗବାଡି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓ ବ୍ୟାନର । କେକେବିଏନ ମାଓ ସଙ୍ଗଠନ ପକ୍ଷରୁ ଏହି ବ୍ୟାନର ଜାରି କରାଯାଇଥିବା ବ୍ୟାନରରେ ଉଲ୍ଲେଖ ଥିବା ବେଳେ ଅଗଷ୍ଟ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦକୁ ସଫଳ କରିବାକୁ ବ୍ୟାନରରେ ଉଲ୍ଲେଖ ରହିଛି । ପୂର୍ବରୁ ମୃତ୍ୟୁ ହୋଇଥବା ମାଓ କ୍ୟାଡ଼ରମାନଙ୍କୁ ସହିଦର ଆଖ୍ୟା ଦିଆଯାଇଥିବା ବେଳେ ବିପ୍ଳବୀ ଲାଲ ସଲାମ ଲେଖା ଯାଇଥିବା ଦେଖିବାକୁ ମିଲିଛି । କିଛିଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ତିଥି ତିନି ଥର ଗୁଳିବିନିମୟ ହୋଇଥିଲା ଏବଂ ପୋଲିସ ଏନକାଉଣ୍ଟରରେ ୭ ମାଓବାଦୀ ମୃତ୍ୟୁବରଣ କରିଥିଲେ । ଏନକାଉଣ୍ଟର ପରେ କିଛି ଦିନ ନିରବ ରହିଥିଲେ ମାଓବାଦୀ । ଏହାପରେ ପ୍ରଥମଥର ପାଇଁ ବ୍ୟାନର ଜାରି କରି ପୁଣି ଥରେ ଅଂଚଳରେ ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ ।