ଫୁଲୁଛି ମହାନଦୀ : ଏକର ଏକର ଚାଷଜମି ଜଳମଗ୍ନ, ପାଣି ଘେରରେ ୨ ଗାଁ

0 895

ହରଭଙ୍ଗା : ଉପମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ହରଭଙ୍ଗା ମହାନଦୀରେ ପ୍ରଥମ ବନ୍ୟା ଜଳ ପ୍ରଭାହିତ ହୋଇଛି । ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ହରଭଙ୍ଗା ବ୍ଲକର ୩୧ଟି ଗାଁର ଜମି ବନ୍ୟାରେ ପ୍ରଭାବିତ ହୋଇଛି । କୁଶଙ୍ଗ ପଞ୍ଚାୟତର ମାରଡା ଓ କୁତୁରୀ ଗ୍ରାମ ପାଣି ଘେରରେ ରହିଛି । ସେହିପରି ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ୨ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି ।

hiring

ଫଳରେ ହରଭଙ୍ଗା-ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଆଜି ବନ୍ୟା ଜଳ ଅହେତୁକ ଭାବେ ବୃଦ୍ଧି ପାଇବାରୁ ହରଭଙ୍ଗା, ଅତଲସରା, ବୁଡାଶିଙ୍ଗା ଆଦି ୩୧ଟି ଗାଁର ଚାଷ ଜମି ଜଳମଗ୍ନ ହୋଇଛି । ପାଣି ଘେରରେ ଥିବା ଲୋକଙ୍କ ପାଖକୁ ଏ ପର୍ଯ୍ୟନ୍ତ ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି । ପାଣି ଘେରରେ ଥିବା ଲୋକମାନେ ଭେଳା ସାହାଯ୍ୟରେ ଯିବାଆସିବା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

eleven − eight =